ରେଳଧାରଣାରେ ସଙ୍କୋଚନ ପ୍ରସାରଣ ଯୋଗୁଁ ହେବ ନାହିଁ ଦୁର୍ଘଟଣା ! ଫାଟ ଥିଲେ ବାଜିବ ଆଲାର୍ମ, ସତର୍କ ହେବେ ଲୋକୋ ପାଇଲଟ୍

55

ରେଳ ଧାରଣାରେ ସଙ୍କୋଚନ ଓ ପ୍ରସାରଣ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ । ତେବେ ଏବେ ଏପରି ଦୁର୍ଘଟଣା ଉପରେ ରୋକ ଲଗାଯାଇ ପାରିବ । ଦୁର୍ଘଟଣା ରୋକିବା ପାଇଁ ଏକ ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୋଇଛି । ଏହି ନୂତନ ଜ୍ଞାନକୌଶଳର ନାମ ହେଲା ଅଲଟ୍ରାସୋନିକ୍ ବ୍ରୋକନେ୍ ରେଲ୍ ଡିଟେକ୍ସନ୍ (ୟୁବିଆରଡ଼ି) । ଦୁଇଟି ଧାରଣାରେ ଏହାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ରେଳବାଇର ଅନୁସନ୍ଧାନ ଅଭିକଳ୍ପ ଏବଂ ମାନକ ସଂଗଠନ(ଆରଡ଼ିଏସଓ) ଏହି ନୂତନ ଜ୍ଞାନକୌଶଳର ଉଦ୍ଭାବନ କରିଛି । ଏହି ସଂଗଠନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅବସ୍ଥିତ ।

ଆରଡିଏସଓର ଜଣେ ଅଧିକାରୀ କହିଛନ୍ତି ଗରମ ଯୋଗୁଁ ରେଳ ଧାରଣାରେ ପ୍ରସାରଣ ଓ ଶୀତ ଦିନରେ ସଙ୍କୋଚନ କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଖୁବ ଶୀଘ୍ର ଅଲଟ୍ରାସୋନିକ କିରଣର ଏକ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯିବ । ଏହି ଜ୍ଞାନକୌଶଳ ଅନୁସାରେ ଅଲଟ୍ରାସୋନିକ କିରଣ ଫାଟ ସୃ୍ଷ୍ଟି ହୋଇଥିବା ରେଳଧାରଣାରେ ପଡ଼ିବ । ଏବଂ କିଛି ଅସୁବିଧା ଥିଲେ ଆଲାର୍ମ ବାଜିବ । ଆଉ ଆଲାର୍ମ ଶୁଣି ଲୋକୋ ପାଇଲଟ୍ ସତର୍କ ହୋଇଯିବ । ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଯିବ ଟ୍ରେନ୍ ।