ରେଳଯାତ୍ରୀଙ୍କୁ ସ୍ୱତନ୍ତ୍ର ଉପହାର ! ଆଇଆରସିଟିସିରୁ ଟିକେଟ ବୁକ କଲେ ଗ୍ରାହକଙ୍କୁ ମିଳିବ ୧୦ ପ୍ରତିଶତ ରିହାତି

39

ଭାରତୀୟ ରେଳବାଇର ଟୁର ପ୍ୟାକଜେ୍ ଅନୁସାରେ ଯାତ୍ରୀଙ୍କ ପାଇଁ ଖୁସିଖବର । ରେଳବାଇ ନୂଆ ନିୟମ ଅନୁସାରେ ଭାଲ୍ୟୁ ଆଡ଼େଡ଼୍ ଟୁର ପ୍ୟାକେଜ୍ (ଭିଏଟି) ପାଇଁ ସେବା ଶୁଳ୍କ ୧୦ପ୍ରତିଶତ କମ୍ କରିଦିଆଯାଇଛି । ଆଉ ଏହି ଯୋଜନା ଜରିଆରେ ଆଇଆରସିଟିସି ପର୍ଯ୍ୟଟକଙ୍କୁ ଶସ୍ତା ଦରରେ ଟୁର ପ୍ୟାକେଜ ଉପଲବ୍ଧ କରାଇବ । ଆଇଆରସିଟିସି ପ୍ରତ୍ୟେକ ବର୍ଥ ପାଇଁ ଭଡ଼ା ବ୍ୟତୀତ ୧୫ ପ୍ରତିଶତ ସେବା ଶୁଳ ଶୁଳ୍କ ପଇଠ କରିବ । ଏବେ ପର୍ଯ୍ୟନ୍ତ ଆଇଆରସିଟିସି ୨୫ ପ୍ରତିଶତ ଟଙ୍କା ପଇଠ କରୁଥିଲା । ତେବେ ଟୁର ପ୍ୟାକେଜରେ ଛୋଟ ପିଲା ଓ ବରିଷ୍ଠ ନାଗରିକଙ୍କୁ ଭିନ୍ନ ଭାବରେ କୌଣସି ରିହାତି ମଳିବ ନାହିଁ । ଆଇଆସିଟିସିର ୱେବସାଇଟ ଉପରେ ପ୍ରତି ମାସ ପାଖାପାଖି ୧୨ ଲକ୍ଷ ଟିକେଟ ବୁକିଂ କରାଯାଏ । ଏହି ଟିକେଟ ପାଇଁ ଥାର୍ଡ଼ ପାର୍ଟି ଅର୍ଥାତ ବ୍ୟାଙ୍କ, ୟୁପିଆଇ, ମୋବାଇଲ ୱାଲେଟ୍, ଡେବିଟ୍ ଓ କ୍ରେଡ଼ିଟ୍ କାର୍ଡ଼ ସାହାଯ୍ୟରେ ହୋଇଥାଏ ।

ଆଇଆରସିଟିସି ଏହି ପେମେଂଟର ନାମ ରଖିଛି ଆଇପେ । ଜଣେ ରେବଳାଇ ଅଧିକାରୀଙ୍କ ଅନୁସାରେ କମ୍ପାନୀ ୪ ରୁ ୮ ସପ୍ତାହ ମଧ୍ୟରେ ନିଜର ୱେବସାଇଟ ଓ ଆପ ଉପରେ ଆରମ୍ଭ କରିଦେବ । ପ୍ରଥମେ ଏହାର ପାଇଲଟ୍ ଟେଷ୍ଟ ହେବ । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଆରମ୍ଭ କରିଦିଆଯିବ । ଟେଷ୍ଟ ସମୟରେ ଥାର୍ଡ଼ ପାଟି ଗେଟୱେ ମଧ୍ୟ ମହଜୁଦ ରହିବ । ଆଇଆରସିଟିର ଏହି ପଦେକ୍ଷେପ ଯୋଗୁଁ ରେଳଯାତ୍ରୀଙ୍କୁ ଶସ୍ତାରେ ଟିକେଟ୍ ବୁକ୍ କରିହେବ । କାରଣ ବ୍ୟାଙ୍କ ଓ ମୋବାଇଲ ୱାଲେଟ୍ କମ୍ପୀନୀ ଗୁଡ଼ିକ ଟ୍ରାନଜାକ୍ସନ ଫି ଆଦାୟ କରନ୍ତି, ଯାହା ଏବେଠାରୁ ଆଦାୟ ହେବା ବନ୍ଦ ହୋଇଯବ । ଆଉ ଏବେଠାରୁ ଟିକେଟ୍ କିଣିବା ସମୟରେ ଅତିରିକ୍ତ ଟଙ୍କା ପଇଠ କରିବା ପାଇଁ ପଡ଼ିବ ନାହିଁ ।

କମ୍ପାନୀ ନିଜର ପେମେଂଟ ଗେଟୱେ ଆରମ୍ଭ କରିବା ପାଇଁ ଦିଲ୍ଲୀ ଓ ବେଙ୍ଗାଲୁରୁ ସ୍ଥିିତ ଏକ ଷ୍ଟାଟଅପ କମ୍ପାନୀ ଏ ସହ ଏକାଠି ଅ।।ରମ୍ଭ କରିଛି । ସୂଚନା ଅନୁସାରେ ଅଧିକରୁ ଅଧକ ଯାତ୍ରଙ୍କୁ ଆକର୍ଷିତ କରିବା ରେଳବାଇ ଏପରି ପଦକ୍ଷେପ ନେଇଛି । ତେବେ ବର୍ତ୍ତମାନ ଏକ ବର୍ଷ ପାଇଁ ଏହି ପ୍ରାବଧାନ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି । ୩ ମାସର ଏହାର ମୂଲ୍ୟାଙ୍କନ ପରେ ଏହିର ସମୀକ୍ଷା ହୋଇଛି । ଭାରତୀୟ ରେବଳାଇକୁ ଏହି ଯୋଜନା ଅନୁସାରେ ଲାଭ ମିଳିିଲେ, ଏକ ବର୍ଷରୁ ଅଧିକ ପାଇଁ ମଧ୍ୟ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।