ବଜେଟର ଦୁଇଦିନ ପରେ ରେଳ ବଜେଟର ପୋଷ୍ଟମର୍ଟମ୍ ! ଉପକୂଳକୁ ପଶ୍ଚିମ ସହ ଯୋଡିବାକୁ ୭ଶହ କୋଟିର ବରାଦ

24

କନକ ବ୍ୟୁରୋ : ଦୀର୍ଘ ଦିନରୁ ପଡି ରହିଥିବା ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପକୁ ଏଥର ମିଳିଛି ଗୁରୁତ୍ୱ । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଓଡିଶାର ରେଳ ପ୍ରକଳ୍ପ ଗୁଡିକୁ କେତେ ଅର୍ଥ ବରାଦ କରାଯାଇଛି ସେ’ନେଇ ସୂଚନା ଦିଆଯାଇଛି । ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ଏଥର ୭ଶହ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି । ଗତବର୍ଷ ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ୨୪୦ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଥିଲା । ସେହିପରି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୨୭୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୭୯ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ଲାଂଜିଗଡ-ଜୁନାଗଡ ପ୍ରକଳ୍ପ ପାଇଁ ୫ କୋଟି ଏବଂ ଦୈତାରି-ବାଂଶପାଣି ପ୍ରକଳ୍ପ ପାଇଁ ୧କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି । ଅନୁଗୁଳ ସୁକିନ୍ଦା ରେଳ ଲାଇନ୍ ପାଇଁ ୨ଶହ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଥିବା ବେଳେ ତାଳଚେର – ବିମଳାଗଡ଼ ପାଇଁ ୨୫୦ କୋଟି ଟଙ୍କା ଓ ହରିଦାସପୁର-ପାରାଦ୍ୱୀପ ପାଇଁ ୨ଶହ କୋଟି ଟଙ୍କାର ଅର୍ଥ ବରାଦ ଚଳିତ ବଜେଟରେ କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :