ରେଳ ବଜେଟରେ ଯାତ୍ରୀ ଭଡା ଅପରିବର୍ତିତ : ଓଡ଼ିଶାକୁ ମିଳିଲା ୫ହଜାର ୧୦୨କୋଟି

33

କନକ ବ୍ୟୁରୋ : ରେଳ ବଜେଟରେ ଯାତ୍ରୀ ଭଡା ଅପରିବର୍ତିତ ରହିଛି । ରେଳବାଇ ପାଇଁ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଏବଂ ରେଳ ସୁରକ୍ଷା ବାବଦକୁ ୧ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ଓଡିଶାର ଭାଗ ପଡିଛି ୫ହଜାର ୧୦୨ କୋଟି । ରାଜ୍ୟ ସରକାର ରେଳ କ୍ଷେତ୍ରରେ ୫ହଜାର ୮ଶହ ୭୦ କୋଟି ଟଙ୍କା ଦାବି କରିଥିଲେ । ଗତବର୍ଷ ରାଜ୍ୟକୁ ମିଳିଥିଲା ୪ହଜାର ୬ଶହ ୮୨କୋଟି ଟଙ୍କା ।

୨୦୨୦ ସୁଦ୍ଧା ଦେଶରୁ ମାନବହୀନ ରେଳ ଫାଟକ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜେଟଲି କହିଛନ୍ତି । ୭ହଜାର ରେଳ ଷ୍ଟେସନରେ ସୌର ଲାଇଟ ଜଳିବ । ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ଦେଶର ୨୫ଟି ରେଳ ଷ୍ଟେସନକୁ ଚୟନ କରାଯାଇଛି ।

୨୦୧୭-୧୮ ସୁଦ୍ଧା ୫ଶହ କିଲୋମିଟର ନୂଆ ରେଳ ଲାଇନ ଖୋଲାଯିବ । ସେହିପରି ଇ-ଟିକେଟକୁ ସେବାକର ମୁକ୍ତ କରାଯାଇଛି । ୫ଶହ ଷ୍ଟେସନରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ୨୦୨୦ ସୁଦ୍ଧା ସମସ୍ତ ଟ୍ରେନରେ ବାୟୋଟଏଲେଟ ଲାଗିବ । ଏସଏମଏସ ମାଧ୍ୟମରେ କ୍ଲିନ୍ ମାଇ କୋଚ କାର୍ଯ୍ୟକ୍ରମ ଜାରି ରହିଥିବା ଜେଟଲି କହିଛନ୍ତି ।