ରାୟଗଡାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଗୃହ ସଚିବ ଅସିତ ତ୍ରିପାଠୀ !

34

କନକ ବ୍ୟୁରୋ : ରାୟଗଡାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଗୃହ ସଚିବ ଅସିତ ତ୍ରିପାଠୀ । ରାୟଗଡା ଡିଆରଡିଏ ସମ୍ମିଳନୀ କକ୍ଷରେ ବନ୍ୟା ସ୍ଥିତି ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି ଅସିତ ତ୍ରିପାଠୀ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ପରେ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବେ ଗୃହ ସଚିବ ।

ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅମାନିଆ ହୋଇ ଉଠିଥିଲା ନାଗାବଳୀ ଏବଂ କଲ୍ୟାଣୀ ନଦୀର ଜଳସ୍ରୋତ । ଲଗାଣ ବର୍ଷାରେ ସୃଷ୍ଟି ହୋଇଥିଲା ଭୟଙ୍କର ପରିସ୍ଥିତି । ଧିରେ ଧିରେ କରାଳ ରୂପ ନେଉଥିଲା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରର ବନ୍ୟା ସ୍ଥିତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ବନ୍ୟାଜଳ । ନିୟମଗିରି ପାହାଡରୁ ବାହାରିଥିବା ନାଗାବଳୀ ଏବଂ କଲ୍ୟାଣ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଲୋକେ ଜଳବନ୍ଦୀ ହୋଇଥିଲେ । ସରକାର ସୟହାୟତାରେ ରିଲିଫ ପଠାଯିବା ସହ ସେଠାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏବେ ବନ୍ୟା ସ୍ଥିତି ନେଇ ଚାଲିଛି ସମୀକ୍ଷା ।