ରାୟଗଡା : ଗୁଣପୁର ଥାନା ଅଂଚଳର ଖମ୍ବାଗୁଡା ଗାଁରେ ଅଘଟଣ, ସ୍ତ୍ରୀ କଟୁରୀ ଚୋଟରେ ସ୍ୱାମୀ ମୃତ

35

କନକ ବ୍ୟୁରୋ : ସ୍ତ୍ରୀ କଟୁରୀ ଚୋଟରେ ସ୍ୱାମୀ ମୃତ । ଏପରି ଅଘଟଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁର ଥାନା ଅଂଚଳର ଖମ୍ବାଗୁଡା ଗାଁରେ । ପାରିବାରିକ କଳହରୁ ଉତ୍ୟକ୍ତ ହୋଇ ସ୍ତ୍ରୀ ଏକ କଟୁରୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଛି । ମୃତକ ହେଲେ ଖମ୍ବାଗୁଡା ଗାଁର ବାଲା କାଡ୍ରାକା ।

ବାଲା ସବୁ ବେଳ ମଦ ପିଇ ଘରେ ଆସି ପତ୍ନୀ ପାର୍ବତୀ ସହ କଜିଆ କରୁଥିଲା । ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ପାର୍ବତୀ ରାଗିଯାଇ କଟୁରୀରେ ହାଣି ସ୍ୱାମୀକୁ ହତ୍ୟା କରିଛି । ଖବର ପାଇ ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି ।