ଭୁବନେଶ୍ୱରର ବଡ ବଡ ୧୦ଟି ସପିଂ ମଲରେ ଚଢାଉ ! ଅଗ୍ନିଶମ ବିଭାଗର ୧୦ଟି ଟିମ କରୁଛି ଚଢାଉ

43

କନକ ବ୍ୟୁରୋ : ଭୁବନେଶ୍ୱରର ବଛା ବାଛା ୧୦ଟି ସପିଂ ମଲରେ ଚଢାଉ । ଅଗ୍ନିଶମ ବିଭାଗ ପକ୍ଷରୁ ଚଢାଉ ହେଉଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ ହେଉଛି କି ନାହିଁ ସେ ନେଇ ଯାଚଂ ଚାଲିଛି । ଅଗ୍ନିଶମ ବିଭାଗର ୧୦ଟି ଟିମ ଦ୍ୱାରା ରେଡ ଚାଲିଛି । ୧୦ଟି ସପିଂ ମଲ ମଧ୍ୟରୁ ୨ଟି ଲାଇସେନ୍ସ ଅଛି । ଆଉ ୮ଟି ସପିଂ ମଲ ଲାଇସେନ୍ସ ପାଇଁ ଆବେଦନ କରିନାହାନ୍ତି । ଅଗ୍ନିଶମ ଡିଜି ବିକେ ର୍ଶମା ଏନେଇ ସୂଚନା ଦେଇଛନ୍ତି ।

ଏଥିରୁ ଆପଣ ଜାରିପାରୁଥିବେ କେତେ ସୁରକ୍ଷିତ ଆମେ ଯାଉଥିବା ସପିଂ ମଲ୍ ? ଭୁବନେଶ୍ୱର ଡମଣା ଛକର ଏକ ସପିଂ ମଲରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଅଗ୍ନିଶମ ବିଭାଗ ତ୍ତପର ହୋଇଉଠିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ନିଆଁ ଲାଗିଲେ ହିଁ ଚଢାଉ ହୁଏ କାହିଁକି ? ଅଘଟଣ ଘଟିଲେ ନିଦ ଭାଙ୍ଗେ ? ନିଆଁ ଲାଗିବା ଆଗରୁ କୌଣସି ସପିଂମଲକୁ ଯାଂଚ କରାଯାଉନାହିଁ ।

ନିଆଁ ଲାଗିବା ପରେ ଏଠି ଚଢାଉ ହେବା ଘଟଣାକୁ ନେଇ ଅଗ୍ନିଶମ ବିଭାଗର କାର୍ୟ୍ୟ ଯାଂଚ କରୁଛନ୍ତି । ଗୁରୁବାର ଦିନ ମଧ୍ୟ ନିଆଁ ଲାଗିଥିବା ରାଜଧାନୀର ଡମଣା ଛକରେ ଥିବା ସପିଂ ମଲରେ ରେଡ କରାଯାଇଥିଲା । ସ୍ମାଟସିଟିରେ ଛତୁ ଫୁଟିଲା ଭଳି ସପିଂମଲ୍ । ପ୍ରତିଦିନ ସପିଂ କରିବାକୁ ମଲଗୁଡିକୁ ଆସିଥାନ୍ତି ହଜାର ହଜାର ଲୋକ । ମଲରେ ନିଆଁ ଲାଗିଥିବା ଖବର ଜାଣିବା ପରେ ଆପଣ ଚିନ୍ତା କରନ୍ତୁ କେତେ ସୁରକ୍ଷିତ ଆମ ଏହି ସପିଂମଲ୍ ?