କେତେ ସୁରକ୍ଷିତ ତାରକା ହୋଟେଲ ! ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ରାଜ୍ୟର ବିଭିନ୍ନ ତାରକା ହୋଟେଲରେ ଅଗ୍ନିଶମ ବିଭାଗର ଅତର୍କିତ ଚଢାଉ !

23

କନକ ବ୍ୟୁରୋ : ବଡ ବଡ ହୋଟେଲରେ ଅଗ୍ନଶମ ବିଭାଗର ଅତର୍କିତ ଚଢାଉ । ନୂଆ ବର୍ଷ ଜିରୋ ନାଇଟ୍ ପାଳନ ପୂର୍ବରୁ ରାଜ୍ୟର ବିଭିନ୍ନ ତାରକା ହୋଟେଲ ସମେତ , କ୍ଲବ ଉପରେ ଚଢ଼ଉ କରିଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ୬ଟି ତାରକା ହୋଟେଲରେ ରେଡ୍ କରାଯାଇଛି । କୋ÷ଣସି ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲେ ସେଥିରୁ ରକ୍ଷା ପାଇବା ପାଇଁ କଣ ବ୍ୟବସ୍ଥା ରହିଛି ତାର ଯାଂଚ କରିଛନ୍ତି ଅଗ୍ନିଶମ ଟିମ୍ । ଅନ୍ୟ ସହରମାନଙ୍କରେ ମଧ୍ୟ ଯାଂଚ ଚାଲିଛି । ସେହିପରି କଟକର ମଧ୍ୟ ବିଭିନ୍ନ ହୋଟେଲ ଉପରେ ରେଡ ହୋଇଛି ।

ଯାଞ୍ଚ ସମୟରେ ଯେଉଁ ସବୁ ହୋଟେଲରେ ଅଗ୍ନି ନରାପତ୍ତା ସୁରକ୍ଷାରେ ତ୍ରୁଟି ପରିଲିକ୍ଷିତ ହୋଇଛି ସେସବୁ ହୋଟେଲର ରିପୋର୍ଟ ଅଗ୍ନିଶମ ଡିଜିଙ୍କୁ ଦିଆଯାଇଛି । ଅଗ୍ନିଶମ ଡିଜିଙ୍କ କହିବା ଅନୁଯାୟୀ, ଯେଉଁ ସବୁ ହୋଟେଲର ଅଗ୍ନି ନରାପତ୍ତା ସୁରକ୍ଷାରେ ତ୍ରୁଟି ପରିଲିକ୍ଷିତ ହୋଇଛି ସେମାନଙ୍କୁ ନୋଟିସ କରାଯାଇଛି । ଏବଂ ଆସନ୍ତାକାଲି ସୁଦ୍ଧା ତ୍ରୁଟି ସୁଧାରିବା ପାଇଁ କୁହାଯାଇଛି । ଏହାଛଡା ଲୋକଙ୍କ ସୁରକ୍ଷା ନେଇ ଲିଖିତ ପ୍ରତିଶୃତି ଦେବାକୁ ମଧ୍ୟ ବିଭିନ୍ନ ହୋଟେଲ ଗୁଡିକୁ କୁହାଯାଇଛି । ମୁମ୍ବାଇରେ ହୋଇଥିବା ଭୟାନକ ଅଗ୍ନିକାଣ୍ଡ ପରେ ସଜାଗ ହୋଇଉଠିଛି ଅଗ୍ନିଶମ ବିଭାଗ । ଜିରୋ ନାଇଟ ସେଲିବ୍ରେସନରେ ଯେପରି କୌଣସି ଅଘଟଣ ନ ଘଟେ ସେନେଇ ବିଭିନ୍ନ ତାରକା ହୋଟେଲରେ ଯାଞ୍ଚ କରିଛି ଅଗ୍ନିଶମ ବିଭାଗ ।