ଗ୍ୟାଙ୍ଗଷ୍ଟର ଟିଟୋ ଘରେ ରେଡ୍ : କେନ୍ଦ୍ରାପଡା ଦିଲ୍ଲାରପୁର ବାସଭବନରେ କ୍ରାଇମବ୍ରାଂଚ ଓ ପୁଲିସର ମିିଳିତ ଚଢାଉ, ଘଟଣା ସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ

37

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ଘରେ ରେଡ୍ । କେନ୍ଦ୍ରାପଡା ଦିଲ୍ଲାରପୁର ବାସଭବନରେ କ୍ରାଇମବ୍ରାଂଚ ଓ ପୁଲିସ ମିିଳିତ ଚଢାଉ କରିଛି । ଘଟଣା ସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜୁନ ୩୦ରେ ଟିଟୋକୁ ଏନକାଉଂଟର କରିଥିଲା ଏସଟିଏଫ । ଯାଜପୁର ଚଣ୍ଡିଖୋଲ ନିକଟରେ ଏକନକାଉଂଟର କରାଯାଇଥିଲା । ଟିଟୋ ନାଁରେ ହତ୍ୟା, ଦାଦାବଟି, ଅପହରଣ ତଥା ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ମାମଲା ରହିଛି । ୬ ବର୍ଷର ଲୁଚକାଳି ଖେଳ ପରେ ଶେଷରେ ଚଣ୍ଡିଖୋଲ ନିକଟରେ ପୋଲିସ କବଜାରେ ପଡିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଏବେ ରିମାଣ୍ଡରେ ଅଛି ଟିଟୋ ।

ଯେଉଁ ଡନ୍ ପଛରେ ସାରା ରାଜ୍ୟର ପୋଲିସ ପଡିଥିଲା ଏବଂ ୬ ବର୍ଷ ଧରି ଯିଏ ଅଣ୍ଡର ୱାର୍ଲ୍ଡରେ ହଇଚଇ କରିଥିଲା, ପୋଲିସ ପଂଝାକୁ ଆସିଯାଇଛି ଗାଙ୍ଗଷ୍ଟର ଉସମାନ୍ ଅଲୀ ଓରଫ ଟିଟୋ । ଯାଜପୁର ଚଣ୍ଡିଖୋଲ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସର ଏନକାଉଂଟରରେ ଆହତ ହୋଇଛି ମୋଷ୍ଟ ୱାଟେଂଡ୍ ‘ଟିଟୋ’ । ଟିଟୋ ନାଁରେ ହତ୍ୟା, ଅପହରଣ, ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଭଳି ଅନେକ ମାମଲା ରହିଛି ।

ସ୍ପେଶାଲ ଟାକ୍ସ ଫୋର୍ସର ଗୁଳିରେ ଘାଇଲା ଶେଖ୍ ଉସମାନ ଅଲ୍ଲୀ ଓରଫ୍ ଟିଟୋ । ପୋଲିସ ରେକର୍ଡରେ ଥିଲା ଫେରାର , ହେଲେ ତା’ର ଇସାରାରେ ହେଉଥିଲା ବଡ଼ ବଡ଼ କ୍ରାଇମ୍ । ଟିଟୋ ପଛରେ ପଡିଥିଲା ସାରା ରାଜ୍ୟର ପୋଲିସ । କେନ୍ଦ୍ରାପଡ଼ାରୁ କୋଲକାତା ଯାଏଁ ଲମ୍ବିଥିଲା ଟିଟୋର ନେଟୱର୍କ । ତାର ନାଲିଆଖିରେ ପାଟି ଫିଟେନି କାହାର । ପୋଲିସ ରେକର୍ଡରେ ଫେରାର ଥିଲା, ତେବେ ଅଣ୍ଡର ୱାର୍ଲ୍ଡରେ ରହି ଚଳାଇଥିଲା ନେଟୱର୍କ ।