ଡ୍ୟାନ୍ସବାର ଉପରେ ଚଢ଼ାଉ । ଭୁବନେଶ୍ୱରର ୭ଟି ବେଆଇନ ବାର ଉପରେ କମିଶନରେଟ୍ ପୁଲିସର ଛାପା

20

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସବାର ଉପରେ ଚଢ଼ାଉ କରିଛି କମିଶନରେଟ୍ ପୁଲିସ  । ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଥିବା ୭ଟି ଡ୍ୟାନ୍ସବାର ଉପରେ ଚଢ଼ାଉ କରିଛି ପୁଲିସ୍ । ବିନା ଲାଇସେନ୍ସରେ ବେଆଇନ ଭାବେ ବାର ଚଳାଉଥିବା ଅଭିଯୋଗରେ ରେଡ୍ । ବାରରେ ଅଶ୍ଳୀଳ ଡ୍ୟାନ୍ସ ନେଇ ଆସିଥିଲା ଅଭିଯୋଗ । ପୁଲିସ ଚଢ଼ାଉ କରିବା ସହ କେତେ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଗାଇଡଲାଇନ୍ ପାଳନ କରୁନଥିବା ବାରକୁ ନୋଟିସ କରାଯିବ ବୋଲି କହିଛନ୍ତି ଡିସିପି ।

ଉଲ୍ଲେଖଥାଉ କି, ଗତକାଲି ରାତି ପ୍ରାୟ ୯ଟାରେ କଟକ ରୋଡ୍, କଳ୍ପନା, ମାଷ୍ଟରକ୍ୟାଣ୍ଟିନ୍ ଓ ରାଜମହଲ ଅଞ୍ଚଳରେ ଥିବା ୭ରୁ ଅଧିକ ଡ୍ୟାନ୍ସ ବାର ଉପରେ ଚଢ଼ଉ କରାଯାଇଥିଲା । ବାରରେ ନୃତ୍ୟ ବେଆଇନ୍ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଉଥିବା ନେଇ କମିସନରେଟ୍ ପୁଲିସକୁ ସୂଚନା ମିଳିଥିଲା । ପୁଲିସ କମିସନର୍ ଓ୍ଵାବି ଖୁରାନିଆଙ୍କ ନିର୍ଦେଶ କ୍ରମେ ସ୍ପେସାଲ୍ ସ୍କ୍ଵାଡର ୬ଟି ଟିମ୍ ସହିତ ଲକ୍ଷ୍ମୀସାଗର ଥାନା, କ୍ୟାପିଟାଲ୍ ଥାନ ଓ ଖାରବେଳନଗର ଥାନା ପୁଲିସ ଏହି ଚଢ଼ଉ କରିଥିଲେ।

ତେବେ ସ୍ପେସାଲ୍ ସ୍କ୍ଵାଡର ଏସିପି ସଂଜୀବ ଶତପଥୀଙ୍କ କହିବା ଅନୁଯାୟୀ, କୌଣସି ବାରରେ ଏପରି କାର୍ଯ୍ୟ ହେଉ ନଥିବା ଦେଖାଯାଇଥିଲା । ଅନ୍ୟପକ୍ଷରେ ଆଗାମୀ ଦିନରେ ରାଜଧାନୀର ଅନ୍ୟସ୍ଥାନରେ ଥିବା ଡ୍ୟାନ୍ସ ବାର୍ ଉପରେ ମଧ୍ୟ ଚଢ଼ଉ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଓଡ଼ିଶା ଅବକାରୀ ଆଇନ୍ ଧାରା୨୫(୩) ଅନୁଯାୟୀ ବାରରେ ଯୁବତୀ କିମ୍ବା ମହିଳାଙ୍କୁ ନେଇ ନୃତ୍ୟ କାର୍ଯ୍ୟକ୍ରମ କରାଯିବା ବେଆଇନ୍ । ଏହି ଆଇନ୍କୁ କେତେକ ବାର୍ ମାନୁ ନଥିବା ପୁଲିସକୁ ସୂଚନା ମିଳିଥିଲା । ତେବେ ଯେଉଁ ବାର୍ ଏହି ନିୟମକୁ ମାନୁ ନାହାନ୍ତି ସେହି ବାର୍ଗୁଡ଼ିକ ଉପରେ ଏପରି ଅତର୍କିତ ଚଢ଼ଉ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି ।