ସେକ୍ସ ସ୍କାଣ୍ଡାଲରେ ଗିରଫ କାଳିଆ ସାରଙ୍କ ହୋଟେଲ କୋଏନାରେ ରେଡ ! ଏକକାଳୀନ ଛାପା ମାରିଛି ୧୨ ବିଭାଗର ଟିମ୍

53

କନକ ବ୍ୟୁରୋ : ସେକ୍ସ ସ୍କାଣ୍ଡାଲ ଅଭିଯୋଗରେ ଗିରଫ କାଳିଆ ସାରଙ୍କ ହୋଟେଲ କୋଏନାରେ ରେଡ କରାଯାଇଛି । ଏକକାଳିନ ଛାପା ମାରିଛି ୧୨ ବିଭାଗର ଟିମ୍ ଚଢାଉ କରିଛନ୍ତି । ପୁଲିସ, ଅବକାରୀ ବିଭାଗ, ଏନଏସି, ଆରଅଣ୍ଡବି, ରେଭିନ୍ୟୁ, ବିଦ୍ୟୁତ୍ ଓ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ରେଡ ସମୟରେ ହୋଟେଲ ଭିତରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ହୋଟେଲ ଲାଇସେନ୍ସ ରଦ୍ଧ କରାଯାଇଥିବା ସୂଚନା ମିଳିଛି । ନୟାଗଡର ଏହି କାଳିଆ ସାରେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟଣାରେ ଚର୍ଚ୍ଚାକୁ ଆସି ଗିରଫ ହୋଇଛନ୍ତି ।