ରାଇସ ମିଲରେ ରେଡ୍ ! ଏକକାଳୀନ ୨୧ଟି ରାଇସ ମିଲରେ ଛାପା ମାରିଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ

41

କନକ ବ୍ୟୁରୋ : ରାଇସ ମିଲରେ ରେଡ । ଏକକାଳୀନ ୨୧ଟି ରାଇସ ମିଲରେ ଛାପା ମାରିଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ । ବେଆଇନ୍ ଧାନ ଗଛିତ ନେଇ ସୂଚନା ମିଳିବା ପରେ ଚଢାଉ ଅଭିଯାନ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ । ମିଲରେ ରେଡ ସମୟରେ ମଣ୍ଡିରୁ ଉଠୁଥିବା ଧାନର ରେକର୍ଡ ଯାଂଚ କରାଯାଇଛି । ଉଭୟ ବିଭାଗର ୭ଟି ଟିମ୍ ଚଢାଉ ଜାରି ରଖିଥିବା ବେଳେ ଧାନ ଉଠାଣରେ ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।