ଜେଲରେ ରେଡ୍ : ଚୌଦ୍ୱାର ,ଝାରପଡା ସମେତ ବିଭିନ୍ନ ଜେଲରେ ପୋଲିସର ଚଢାଉ,ବହୁ ଆପତ୍ତିଜନକ ସାମଗ୍ରୀ ଜବତ

22

କନକ ବ୍ୟୁରୋ : ଜେଲ୍ ଭିତରେ ପୁଲିସର ତନାଘନା । ଭୁବନେଶ୍ୱର ଝାରପଡା ସମେତ ରାଜ୍ୟର ବିଭିନ୍ନ ଜେଲରେ ଆଜି ସକାଳୁ ସକାଳୁ ଚଢାଉ କରିଛି ପୁଲିସ୍ । ତେବେ ଏହି ଚଢାଉ ବେଳେ  ଜେଲ୍ ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ଭୁବନେଶ୍ୱର ଓ କଟକ ଡିସିପିଙ୍କ ନେତୃତ୍ୱରେ ଚଡାଉ କରାଯାଇଛି । ଝାରପଡା ଜେଲ୍, ଚୌଦ୍ୱାର ଜେଲ୍, ବାଲେଶ୍ୱର ଜେଲ୍ , ବ୍ରହ୍ମପୁର ଜେଲ୍, କେନ୍ଦୁଝର ଭଳି ଜେଲରେ ଛାନଭିନ୍ ଜାରି ରହିଛି । କମିସନରେଟ ପୁଲିସର ୮ ଜଣ ଆଇଆଇସି ଓ ଏସିପି ଏହି ଟିମରେ ଅଛନ୍ତି ।