ରବିଙ୍କୁ ଶନିଦଶା ! ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଅଫିସ୍ ଓ ଫ୍ୟାକଟ୍ରିରେ ରେଡ୍

30

କନକ ବ୍ୟୁରୋ : ସାଂସଦ ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ଚଢଉ । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ଓ ସୋମନାଥପୁର ପାଇପ କମ୍ପାନୀରେ ଚଢାଉ କରାଯାଇଛି । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ୯ ଜଣିଆ ଟିମ୍ ଏହି ରେଡରେ ସାମିଲ ହୋଇଛନ୍ତି । ୫ ଜଣ ଅଧିକାରୀ ସାଂସଦଙ୍କ ଅଫିସରେ ଛାନଭିନ୍ କରିଥିବା ବେଳେ ୪ ଜଣ ପାଇପ କମ୍ପାନୀରେ ରେଡ କରିଛନ୍ତି । ତେବେ କେଉଁ କାରଣ ଅବକାରୀ ବିଭାଗ ଅଚାନକ୍ ଏ ଚଢାଉ କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଏହା ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସାଂସଦ ରବି ଜେନା ।