ହ୍ୟାକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଂଟ ! ଅପଶବ୍ଦ ବ୍ୟବହାର କରି କରାଯାଇଛି ଟ୍ୱିଟ୍

79

ପୁଣି ଥରେ ହ୍ୟାକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଂଟ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆକାଉଂଟ ହ୍ୟାକ୍ ହେବାର ଦିନକ ମଧ୍ୟରେ ପୁଣି ଥରେ ଆକାଉଂଟ ହ୍ୟାକ୍ ହୋଇଛି । ରାହୁଲଙ୍କ ସହ କଂଗ୍ରେସ ଦଳର ଅଫିସିଆଲ ଆକାଉଂଟ ମଧ୍ୟ ହ୍ୟାକ୍ ହୋଇଛି । ହ୍ୟାକ୍ ହେବାର କିଛି ସମୟ ପରେ ଏଥିରୁ ଟ୍ୱିଟ୍ ମଧ୍ୟ କରାଯାଇଛି। vlcsnap-2016-12-01-11h56m25s583

ସେହିପରି କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଂଟରୁ ମଧ୍ୟ ଅପଶବ୍ଦ ବ୍ୟବହାର କରାଯାଇ ଅନେକ ଟ୍ୱିଟ୍ କରାଯାଇଛି । ଗତକାଲି ମଧ୍ୟ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଂଟ୍ ହ୍ୟାକ୍ ହୋଇଥିଲା । ପରେ ଏହାର କଂଟ୍ରୋଲ ଫେରାଇ ନେଇଥିଲା କଂଗ୍ରେସ ଆଇଟି ସେଲ୍ ।

ରାହୁଲଙ୍କ ଟ୍ୱିଟର ଆକାଉଂଟ୍ ହ୍ୟାକ୍ କରି କେହି ତାଙ୍କ ପରିବାର ସଂପର୍କରେ ଅପଶବ୍ଦ ଲେଖିଥିଲା । ଲଗାତର ୬ଟି ଟ୍ୱିଟ୍ ପରେ ଲିଜିଅନ୍ ନାମକ ହ୍ୟାକର୍ ଗ୍ରୁପ୍ ଏଥି ପାଇଁ ନିଜକୁ ଦାୟୀ କରିଥିଲା । ତେବେ ୧୦ ମିନିଟ୍ ପରେ ଟ୍ୱିଟର ପୋଷ୍ଟରୁ ଅପଶବ୍ଦ ଗୁଡିକୁ ହଟାଇ ନିଆଯାଇଥିଲା ।

ଆଗାମୀ ଦିନରେ କଂଗ୍ରେସର ମୁଖା ଖୋଲି ଦିଆଯିବ ବୋଲି ହ୍ୟାକର୍ ଗ୍ରୁପ୍ ଚେତାବନୀ ଦେଇଥିଲା । ସାଇବର ବିଶେଷଜ୍ଞ ଏହାର ଯାଂଚ କରୁଥିବା ସୂଚନା ମିଳିଛି ।