୨୫ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ! ତମାଣ୍ଡୋରେ ହେବ ବିଶାଳ ସମାବେଶ ।

115

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତେବେ ଓଡିଶା ଦଖଲ କରିବାକୁ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଲେଣି । ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଥର ଓଡିଶା ଆସି ସାରିଥିବା ବେଳେ ଆସନ୍ତା ୧୫ ତାରିଖରେ ମଧ୍ୟ ଓଡିଶା ଆସୁଛନ୍ତି ।

ସେପଟେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସର ବିଜୟ ପରେ ରାଜ୍ୟ କଂଗ୍ରେସ କର୍ମୀଙ୍କ ମନୋବଳ ଦୃଢ ହୋଇଛି । ଏବଂ ରାଜ୍ୟରେ କଂଗ୍ରେସର ସ୍ଥିତି ସୁଦୃଢ କରିବା ପାଇଁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ଜାନୁଆରୀ ୨୫ ତାରିଖରେ ରାହୁଲ ଓଡିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ମଧ୍ୟ ଆୟୋଜନ କରିବ ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ସମାବେଶ ପାଇଁ କଂଗ୍ରେସକୁ ପଡିଆ ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ତମାଣ୍ଡୋ ଠାରେ ଦଳ ପକ୍ଷରୁ ୨୫ ତାରିଖରେ ବିଶାଳ ସମାବେଶ କରାଯିବ ବୋଲି ଜଣାପଡିଛି ।