ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି : ମୋଦିଙ୍କ ସମେତ ଆରଏସଏସକୁ କଲେ ଟାର୍ଗେଟ

18

କନକ ବ୍ୟୁରୋ : ଦିଲ୍ଲୀ ମହିଳା କଂଗ୍ରେସ ଦ୍ୱାରା ଆୟୋଜିତ ମହିଳା କଂଗ୍ରେସ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୋଦିଙ୍କ ସମେତ ଆରଏସଏସକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । କହିଛନ୍ତି ଆରଏସଏସରେ ଜଣେ ବି ମହିଳା ନାହାନ୍ତି । କାରଣ ମହିଳାମାନଙ୍କ ପାଇଁ ଆରଏସଏସ କବାଟ ବନ୍ଦ । ସେହିପରି ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଅନେକ ପ୍ରସଙ୍ଗ ଉପରେ ନିଜ ବକ୍ତବ୍ୟ ରଖିଥାନ୍ତି କିନ୍ତୁ ବଳାକ୍ରାର ଘଟଣାରେ ଚୁପ ରୁହନ୍ତି । ବୁଲେଟ ଟ୍ରେନ କଥା କହୁଥିବା ମୋଦି କିନ୍ତୁ ମହିଳାଙ୍କ ସୁରକ୍ଷା ଦିଗରେ ପଦୁଟିଏ କୁହନ୍ତି ନାହିଁ । ବିହାର ମୁଜ୍ଜାଫରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଉପରେ ମୋଦି କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି ।

narendra modi
image courtesy-https://www.livemint.com

ଏହାସହ ସଂସଦୀୟ ଦଳ ବୈଠକରେ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ରାଫେଲ ଡିଲ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତି ରାଫେଲ ହେଉଛି ଏକ ବଡ ଘୋଟାଲା । ଏବଂ ଏହିସବୁ ମାମଲାରେ ପ୍ରଧାନମନ୍ତ୍ରୀ ଚୁପ ବସିଛନ୍ତି । ଏଭଳି ଘୋଟାଲାର ଖୁଲ୍ଲାସା ପାଇଁ କଂଗ୍ରେସ ଲଢେଇ ଜାରି ରଖିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।ଗତ ୪ବର୍ଷରେ ଚାଷୀ , ରୋଜଗାର ଭଳି ବଡ ବଡ ପ୍ରସଙ୍ଗରେ କଂଗ୍ରେସ ଲଢେଇ ଜାରି ରଖିଛି । ଏଭଳି ଲଢେଇ ଆଗକୁ ଜାରି ରଖି ମୋଦି ସରକାରଙ୍କୁ ଆମେ ଟକ୍କର ଦେବୁ । ୨୦୧୯ରେ କଂଗ୍ରେସକୁ ବଡ ବିଜୟଲାଭ ମିଳିବ ବୋଲି ରାହୁଲ କହିଛନ୍ତି । ସଂସଦର ମୌସୁମୀ ଅଧିବେଶନ ଭିତରେ କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଛି । ରାହୁଲ ଗାନ୍ଧି ଅଧ୍ୟକ୍ଷ ହେବା ପରେ ଏହା ପ୍ରଥମ ସଂସଦୀୟ ଦଳ ବୈଠକ । ୨୦୧୯ ନିର୍ବାଚନ ପାଇଁ ସମସ୍ତ ସାଂସଦଙ୍କୁ ପ୍ରସ୍ତୁତ ରହିବାକୁ ରାହୁଲ ଆହ୍ୱାନ ଦେଇଛନ୍ତି ।