ବିଦେଶରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଳ ! କହିଲେ, ସଂସଦକୁ ବିଶ୍ୱାସକୁ ନେଉନାହାନ୍ତି ନମୋ

37

କନକ ବ୍ୟୁରୋ : ବିଦେଶରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ । କାଲିଫର୍ଣ୍ଣିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧି । ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହେଉଥିବା ଏକ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତିି ଭାରତରେ ଦିନକୁ ଦିନ ହିଂସା , କ୍ରୋଧ ଓ ଧୃବିକରଣ ଭଳି ରାଜନୀତି କାୟାବିସ୍ତାର କରୁଛିି । ଯାହାକି ଭାରତ ବର୍ଷ ପାଇଁ ସମ୍ପୂର୍ଣ୍ଣ ନୂଆ ।

ରାହୁଳ କହିଛନ୍ତି ଦେଶରେ ଗୋରକ୍ଷା ନାଁରେ ହିଂସା ସୃଷ୍ଟି କରାଯାଉଛି । ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉଛି । ସତ୍ୟନିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ଗୋମାଂସ ଖାଇବା ଅଭିଯୋଗରେ ମୁସଲମାନଙ୍କୁ ହତ୍ୟା କରାଯାଉଛି, ଦଳିତମାନଙ୍କୁ ବିନା କାରଣରେ ନିର୍ଯାତନା ଦିଆଯାଉଛି । ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତିି ରାହୁଳ ।
ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ରାହୁଳ କହିଛନ୍ତି ପ୍ରଧାନମନ୍ତ୍ରୀ କାହାକୁ ବିଶ୍ୱାସକୁ ନେଉନାହାଁନ୍ତି । ଏଭଳିକି ବିମୁଦ୍ରାକରଣ ପ୍ରସଙ୍ଗରେ ସଂସଦ ଓ କ୍ୟାବିନେଟଳୁ ମଧ୍ୟ ବିଶ୍ୱାସକୁ ନେଇ ନାହାଁନ୍ତି ମୋଦି । ବିମୁଦ୍ରାକରଣକୁ ନିନ୍ଦା କରିବା ସହ କହିଛନ୍ତି ଏଥିିପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡିଛି । ଦେଶର ଜିଡିପରେ ୨ପ୍ରତିଶତ ହ୍ରାସ ପାଇଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି ।