ଗୁଜୁରାଟ ମୈଦାନରେ ଚାଲିଛି ରୋଚକ ବାକଯୁଦ୍ଧ : ରାହୁଲ ଗାନ୍ଧୀ କହିିଲେ, ଅମିତାଭ ବଚ୍ଚନଙ୍କ ଠାରୁ ଭଲ ଅଭିନୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଗ୍ ବି ଅମିତାଭ ବଚ୍ଚନଙ୍କ ଠାରୁ ବି ବଡ଼ ଅଭିନେତା । ଏପରି କହି ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଗୁଜରାଟ ନିର୍ବାଚନ ଯେତିକି ପାଖେଇ ଆସୁଛି, ଆରୋପ-ପ୍ରତ୍ୟାରୋପର ରାଜନୀତି ସେତିକି ଜୋରଦାର ହେଉଛି ।

ନିର୍ବାଚନୀ ସଭାରେ ଭାବୁକ ହୋଇ ମୋଦିଙ୍କ ଆଖିରେ ଲୁହ ଆସି ଯାଇଥିଲା, ହେଲେ ରାହୁଲ କହିଛନ୍ତି ଅଭିନୟରେ ମୋଦିଜୀ ଓସ୍ତାଦ । ଅମିତାଭ ବଚ୍ଚନ କଂଟାକ୍ଟ ଲେନ୍ସ ଲଗାଇ କାନ୍ଦୁଛନ୍ତି, ହେଲେ ମୋଦିଜୀ ତାଙ୍କ ଠାରୁ ବି ବଡ଼ କଳାକାର । ସେପଟେ ମୋଦି ମଧ୍ୟ କଂଗ୍ରେସକୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ହୁଲୁସ୍ତୁଲ ହେଉଛି ଗୁଜରାଟର ରାଜନୀତି ମଇଦାନ । ଭୋଟରକୁ ଆପଣେଇବା ପାଇଁ ଚାଲିଛି ରାହୁଲ ଗାନ୍ଧି ଓ ନରେନ୍ଦ୍ର ମୋଦିଙ୍କ କଥା କଟିକଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟୀରେ ଭାଷଣ ଦେଇ ସ୍ଥାନୀୟ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ସେପଟେ ରାହୁଲ ମଧ୍ୟ ପଛରେ ପଡିନାହାନ୍ତି । ବିମୁଦ୍ରାକରଣ ଓ ଜିଏସଟି ନେଇ ବିଜେପିକୁ ଜୋରଦାର ସମାଲୋଚନା କରୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ।