ନବୀନ ସରକାରଙ୍କ ରିମୋଟ କଣ୍ଟ୍ରୋଲ କରୁଛନ୍ତି ଦେଶର ଭଷ୍ଟ୍ର ଚୌକିଦାର! ବଟନ ଦବାଇଲେ ଚାଲୁଛି ସରକାର, ତମାଣ୍ଡୋରୁ ରାହୁଲ ମାରିଲେ ତୀର

445

ଏପରିକି ନବୀନ ସରକାରଙ୍କ ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି । ଓଡିଶାର ରିମୋଟ କଣ୍ଟ୍ରୋଲ ଦେଶର ଭ୍ରଷ୍ଟ ଚୌକିଦାର କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ରାହୁଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭ୍ରଷ୍ଟ କହିବା ସହ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ସବୁଥର ଏହିମାନେ ମିଛ ପ୍ରତିଶୃତି ଦେଉଛନ୍ତି ବୋଲି କହିଛନ୍ତି ରାହୁଲ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ମନ୍ତ୍ରୀ ମାନେ ଯେଉଁଭଳି ଚିଟଫଣ୍ଡ ସ୍କାମ କରିଛନ୍ତି ସେଥିରୁ ରକ୍ଷା ପାଇବା ପାଇଁ ଏବେ ନବୀନ ସରକାର ଭ୍ରଷ୍ଟ ଚୌକିଦାରଙ୍କ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେଉଛନ୍ତି ।

ଯେତେବେଳେ ଭଷ୍ଟ୍ର ଚୌକିଦାର ବଟନ ଚିପିଥାନ୍ତି ସେତେବେଳେ ନବୀନ ସରକାର ଉଠିଥାନ୍ତି ଓ ବସିଥାନ୍ତି । ସଂସଦରେ କୌଣସି ବିଲ୍ ପାସ୍ କରିବାକୁ ଥିବା ବେଳେ ମୋଦି ବଟନ ଚିପିବା ସହ ନବୀନ ବିଲକୁ ପାସ କରିବାରେ ସମର୍ଥନ ଜଣାଇଥାନ୍ତି । ଏପରିକି ବିମୁଦ୍ରାକରଣ ନିଷ୍ପତିକୁ ନେଇ ପୂରା ଦେଶରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ରିମୋଟ ଦ୍ୱାରା ପରିଚାଳିତ ନବୀନ ସରକାର ଏହାକୁ ପ୍ରଂଶସା କରିଥିଲେ । ଏପରିକି ରାହୁଲଙ୍କ ଅନ୍ଦାଜରେ ଗବର ସିଂ ଟ୍ୟାକ୍ସ (ଜିଏସଟି)କୁ ନେଇ ଅଧିକ ସମସ୍ୟା ଦେଖା ଦେଇଥିବା ବେଳେ ଚୌକିଦାରଙ୍କ ରିମୋଟ କଣ୍ଟ୍ରୋଲ ଯୋଗୁଁ ନବୀନ ସରକାର ଏହାକୁ ମଧ୍ୟ ପ୍ରଂଶସା କରିବାକୁ ପଛାଇନଥିଲେ । ସିଧାସଳଖ ଭାବେ କହିବାକୁ ଗଲେ ନାଗପୁର ଓ ଦିଲ୍ଲୀରୁ ଓଡିଶା ସରକାର ପରିଚାଳିତ ହେଉଛି ।

ଖାସକରି ଭଷ୍ଟ୍ରାଚାର କରିଥିବାରୁ ନବୀନ ସରକାରଙ୍କୁ ଭଷ୍ଟ୍ର ଚୌକିଦାରଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି । ଯେଉଁଥିପାଇଁ ଓଡିଶାର ଦାବିକୁ ଦିଲ୍ଲୀରେ ମଧ୍ୟ ଶୁଣାଯାଉନାହିଁ । ଏହା ହିଁ ନବୀନ ସରକାରଙ୍କ ସତ ବୋଲି କହିଛନ୍ତି ରାହୁଲ । ମୋଦି ଓ ନବୀନଙ୍କ ମଧ୍ୟରେ ଥିବା ସର୍ମ୍ପକ କାରଣରୁ ଓଡିଶାବାସୀ ନିଜ ହକରୁ ବଞ୍ଚିତ ହେଉଛି । ଏହିଭଳି କହି ଉଭୟ ନବୀନ ଓ ମୋଦି ସରକାରଙ୍କୁ ଜୋରଦାର ଆଟାକ କରିଛନ୍ତି ରାହୁଲ । ଏପରିକି ଆଗାମୀ ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ହଟାଇବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ରାହୁଲଙ୍କ ଏହି ଗୁରୁମନ୍ତ୍ର ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ପାଇଁ କେତେ ଫଳପ୍ରଦ ହେବ ତାହା ଦେଖିବା ବାକି ରହିଲା ।