ରାହୁଲ-ଶାହା ଟ୍ୱିଟର ୱାର ! ରାହୁଲ କହିଲେ, ବିଜେପି ଶାସନରେ ଭାରତ ପାଲଟିଯିବ ପାକିସ୍ତାନ

34

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିକୁ ନେଇ ଘଡିକେ ଘୋଡା ଛୁଟୁଛି । ଏସବୁ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିର ଶାସନ ସମୟକୁ ପାକିସ୍ତାନ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି । ଛତିଶଗଡର ରାୟପୁରରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବର୍ତମାନ ଆରଏସଏସ ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରୁଛି ଏଭଳି ଘଟଣା ପାକିସ୍ତାନରେ ଘଟେ । ଏମିତିକି କର୍ଣ୍ଣାଟକରେ ୟେଦୁରପ୍ପା ସରକାର ଗଠନ କରିବା ପରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହା ସହ ବିଜେପି ଶାସନରେ ଗଣତନ୍ତ୍ର ବିପଦରେ ଥିବା ରାହୁଲ କହିଛନ୍ତି । ଆଉପାଦେ ଆଗକୁ ଯାଇ ରାହୁଲ ଗାନ୍ଧୀ କହିଛନ୍ତି ଯାହୋ ସାରା ଦେଶରେ ଘଟୁଛି ତାହା ଗଣତନ୍ତ୍ର ନୁହେଁ ରାଜତନ୍ତ୍ର ଶାସନରେ ଘଟିଥାଏ ।

ରାହୁଲ ଗାନ୍ଧୀଭକ୍ତ ବକ୍ତବ୍ୟ ଆସିବା ପରେ ବିଜେପି ବି ଚିହିଁକି ଉଠିଛି । ଏମିତିକି ସୋସିଅ।।ଲ ମିଡିଆରେ ରାହୁଲ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପରସ୍ପର ଉପରେ ବର୍ଷିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଆରଏସଏସ ସବୁ ଅନୁଷ୍ଠାନକୁ କବଜାରେ ରଖିବାକୁ ଚାହୁଁଛି ଭାରତରେ ପାକିସ୍ତାନ ଭଳି ସ୍ଥିତି ସୃଷ୍ଟି ହୋଇଛି । ଏହାର ଜବାବରେ ଅମିତ ଶାହ ଟ୍ୱିଟ କରିଛନ୍ତି ଯେ କଂଗ୍ରେସ ଜରୁରୀକାଳିନ ପରିସ୍ଥିତି ଜାରି କରି କୋର୍ଟ,ଗଣମାଧ୍ୟମ ଓ ସମାଜକୁ ପଙ୍ଗୁ କରିଥିଲା । କର୍ଣ୍ଣାଟକ ପ୍ରସଙ୍ଗରେ ରାହୁଲ କହିଛନ୍ତି କର୍ଣ୍ଣାଟକରେ ୟେଦୁରପ୍ପା ସରକାର ଗଠନ କରିବା ଗଣତନ୍ତ୍ରର ହତ୍ୟା । ଏହାପରେ ପରେ ବିଜେପି ଅଧ୍ୟକ୍ଷ ଟ୍ୱିଟ କରିଛନ୍ତି କି ରାଜନୈତିକ ଉଦ୍ଦେଶ୍ୟ ପାଇଁ ଜେଡିଏସକୁ କଂଗ୍ରେସର ନିର୍ବାଚନ ପରବର୍ତୀ ସମର୍ଥନ ଗଣତନ୍ତ୍ରର ହତ୍ୟା ।

ଆଉ ଏକ ଟ୍ୱିଟରେ ରାହୁଲ ଗାନ୍ଧୀ କହିଛନ୍ତି ବିନା ସଂଖ୍ୟା ଗରିଷ୍ଠତାରରେ ବିଜେପି ସରକାର ଗଠନ କରିବା ସମ୍ବାଧାନର ମଜା ଉଡାଇବା ସହ ସମାନ । ଯାହାର ଜବାବରେ ଶାହ ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକ ଜନସମର୍ଥନ କାହା ସପକ୍ଷରେ?୧୦୪ ଆସନ ପାଇଥିବା ବିଜେପି,୭୮କୁ ଖସିଥିବା କଂଗ୍ରେସ ନା ମାତ୍ର ୩୭ ଆସନ ପାଇଥିବା ଜେଡିଏସ? ଏହାପରେ ରାହୁଲ ପୋଷ୍ଟ କରିଛନ୍ତି କର୍ଣ୍ଣାଟକରେ ବିଜେପି ବିଜୟ ଉତ୍ସବ ପାଳୁଥିବା ବେଳେ ,ଗଣତନ୍ତ୍ରର ପରାଜୟ କାରଣରୁ ସାରା ଦେଶ ଶୋକ ଦିବସ ପାଳିବ । ଜବାବରେ ଅମିତ ଶାହ ଲେଖିଛନ୍ତି କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଲଜ୍ଜାଜନକ!