ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଟାଲ ପିଛା ଦର ହେବ ୨୬୦୦ ଟଙ୍କା । ଗରୀବଙ୍କ ଆକାଉଂଟକୁ ଯିବ ସର୍ବନିମ୍ନ ଆୟ ।

ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ । ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ଯାହା ମୋଦି ସରକାର ଆପଣଙ୍କ ପକେଟରୁ ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ଦୁନିଆରେ କୈାଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ ।

627

କଳାହାଣ୍ଡିରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଚାଷୀଙ୍କ ଠାରୁ ଆରମ୍ଭ କରି ଗରୀବଙ୍କ ହୃଦୟ ଜିତିବାକୁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କଳାହାଣ୍ଡିରେ ରାହୁଲଙ୍କ ଏହି ନୂଆ ଅବତାର କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିବାର ଅନୁମାନ କରାଯାଉଛି । ନଜର ପକାନ୍ତୁ କଳାହାଣ୍ଡି ସମାବେଶରେ ରାହୁଲ ସମସ୍ତ ବଡ ବୟାନ ଉପରେ ।

– ବଜେଟରେ ଚାଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାର ବ୍ୟବସ୍ଥା କଲେ ମୋଦି ସରକାର ।ହେଲେ ୧୫ ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ ।

– ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ ।

– ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି । ଆଉ ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ ଏହାଠାରୁ ଅଧିକ ଅର୍ଥାତ୍ କ୍ୱିଟାଲ ପିଛା ୨୬୦୦ ଟଙ୍କା ଦେବ ।

– ଛତିଶଗଡରେ ଧାନ ପାଇଁ ୨୫୦୦ ଟଙ୍କା ଦାମ ଦିଆଯାଉଛି । ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ କେତେ ଦାମ ଦେଉଛନ୍ତି?

– କଂଗ୍ରେସ ସରକାର ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କ୍ଷମତାକୁ ଆସିଲେ ୧୦ ଦିନରେ ଋଣ ଛାଡ କରିବ ବୋଲି କହିଥିଲି, ୨ ଦିନରେ ଏହାକୁ କାର୍ଯ୍ୟକାରୀ କରି ଦେଖାଇଦେଲୁ । ଋଣଛାଡ ପାଇଁ ୧୫ ବର୍ଷ ଲାଗିବନି, ଛତିଶଗଡରେ ୨ ଘଂଟାରେ ନିଷ୍ପତ୍ତି ହୋଇଥିଲା, ଏଠି ମଧ୍ୟ ହେବ ।

– ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଯେତେବେଳେ ଦିଲ୍ଲୀରେ ଆମ ସରକାର ଥିଲା, ସେତେବଳେ ଐତିହାସିକ ନିଷ୍ପତ୍ତି ନେଇଥିଲୁ । ପେଶା ଆଇନ କାର୍ଯ୍ୟକାରୀ କରିଥିଲୁ । ଜଳ, ଜମି, ଜଙ୍ଗଲ ଏହା ଉପରେ ଅଧିକାର ଆପଣଙ୍କୁ ହକ୍ ଦେଇଥିଲା କଂଗ୍ରେସ ।

– ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି ।

– ଛତିଶଗଡ, ମଧ୍ୟପ୍ରଦେଶରେ ଜମି ଫେରା କାମ ଆରମ୍ଭ ହୋଇଛି । ଆମ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ଆଦିବାସୀ, ଚାଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ । ସେମାନଙ୍କ ବିନା ସମ୍ମତିରେ ଜମି ନିଆଯିବନି । ଯଦି ଜମି ନିଆଗଲା ତେବେ ୫ ବର୍ଷ ଭିତରେ ଶିଳ୍ପ ସ୍ଥାପନ ହେବା କଥା । ଆଉ ଯଦି ଏହି ସମୟ ମଧ୍ୟରେ ଶିଳ୍ପାନୁଷ୍ଠାନ ହେଲାନାହିଁ, ତେବେ ସେହି ଜମି ସିଧା ଆଦିବାସୀ ଓ ଚାଷୀଙ୍କୁ ଫେରାଇ ଦିଆଯିବ ।

– ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସରକାର ଓ ଏହାର ତମାମ ନେତା ଆଦିବାସୀଙ୍କ ଜମିକୁ ରକ୍ଷା କରିବେ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଆପଣଙ୍କ ହକ୍ର ରକ୍ଷା କଂଗ୍ରେସ କରିବ

– ନିୟମଗିରିରେ ଲଢେଇ ହେଲା, ସେତେବେଳେ ଆପଣଙ୍କ ସହ ମୁଁ ଠିଆ ହେଲି । ଯାହା ଆପଣଙ୍କର ଥିଲା ତାର ରକ୍ଷା କରି ମୁଁ ଆପଣଙ୍କୁ ଦେଲି ।

– ନରେଗା କଂଗ୍ରେସ ଆପଣଙ୍କ ପାଇଁ ଅଣିଲା, ମୋଦି ସରକାର ଏହାକୁ ନଷ୍ଟ କରିଦେଲେ । ଆଦିବାସୀ ବିଲ୍ ଆପଣଙ୍କ ପାଇଁ କଂଗ୍ରେସ ଆଣିଲା, ମୋଦି ନଷ୍ଟ କରିଦେଲେ । ଆପଣଙ୍କ ବିକାଶ ପାଇଁ କଂଗ୍ରେସ ଯାହା କରିଛି, ତାକୁ ମୋଦି ସରକାର ନଷ୍ଟ କରିଛନ୍ତି

– ଦାନ ମାଝୀ ନିଜ ସ୍ତ୍ରୀଙ୍କ ଶବକୁ ବୋହି ଥିଲେ, ଯାହା ଅନ୍ତର୍ଜାତୀୟ ଖବର ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୋଟିଏ ଶଦ୍ଦ ମଧ୍ୟ କହିନଥିଲେ । ସେ କଣ କ୍ଷମା ମାଗିଲେ? ଆଦିବାସୀଙ୍କୁ କଣ ସରକାର ସହାୟତା ଦେଇପାରିବେନି? ଏହା କେଉଁ ଭଳି ସରକାର?

– ଆପଣଙ୍କ ଠାରୁ ସରକାର କେବଳ ଛଡାଇ ନେଇଛି? ଯେ କୋଣସି ପ୍ରଦେଶକୁ ଯାଆନ୍ତୁ, ସେଠାରେ ଆଦିବାସୀ ଯୁବକ କାମ କରୁଥିବା ଦେଖିବାକୁ ମିଳିବ. ସେମାନଙ୍କୁ ଓଡିଶାରେ ରୋଜଗାର ମିଳେନି । ଆପଣଙ୍କର ଜଳ, ଜମ. ଜଙ୍ଗଲକୁ ସରକାର ଛଡାଇ ନେବା ଜାଣିଛନ୍ତି, ନିଯୁକ୍ତି ଦେବା ଜାଣିନାହାନ୍ତି ।

– ଆଦିବାସୀଙ୍କୁ ଶିକ୍ଷା ଦରକାର ହେଲେ କଲେଜ ଓ ବିଶ୍ୱବିଦ୍ୟାଳୟ ଦିଆଯାଇନାହିଁ । ଏଭଳି ଭାରତ କିମ୍ବା ଓଡିଶା ଆମକୁ ଦରକାର ନାହିଁ । ଓଡିଶାର ଗରୀବ ଜନତାଙ୍କୁ ଶିକ୍ଷା ମିଳିବା ଦରକାର । କଲେଜ ଓ ବିଶ୍ୱବିଦ୍ୟାଳୟରେ ସିଟ୍ ମିଳିବା ଦରକାର । ଭଲ ହସ୍ପିଟାଲରେ ଚିକିତ୍ସା ମିଳିବା ଦରକାର । ଏଭଳି ଓଡିଶା ଓ ଭାରତ ଆମେ ଆପଣଙ୍କ ସହ ମିଶି ବନାଇବାକୁ ଚାହୁଁଛୁ ।

– ଆମେ ଐତିହାସିକ ନିଷ୍ପତ୍ତି ନେଇଛୁ । ମନରେଗା ଠାରୁ ମଧ୍ୟ ବଡ ନିର୍ଣ୍ଣୟ ଆମେ ନେଇଛୁ । ୫-୬ ମାସ ଧରି ଆମେ ଏହା ଉପରେ କାମ କରିଛୁ । ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ ।

– ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ କଂଗ୍ରେସ ଦେଖାଇଦେବ । ଯଦି ଆପଣ ଗରୀବ, ମୋଦି କହୁଛନ୍ତି ଦିନକୁ ସାଢେ ୩ ଟଙ୍କା ଦେବେ, କଂଗ୍ରେସ କହୁଛି ସର୍ବନିମ୍ନ ଗ୍ୟାରେଂଟି ଇନକମ ସମସ୍ତ ଗରୀବଙ୍କ ବ୍ୟାଙ୍କ ଆକଉଂଟକୁ ପଠାଇ ଦେଖାଇଦେବ । ଯଦି ଦମ୍ ଅଛି ତେବେ ଅଟକାଇ ଦେଖାଅ । ମିଥ୍ୟାର ସମୟ ବନ୍ଦ ହୋଇଗଲା ।

– ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ । ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ଯାହା ମୋଦି ସରକାର ଆପଣଙ୍କ ପକେଟରୁ ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ଦୁନିଆରେ କୈାଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ ।

– ୧୫ ଲକ୍ଷ ଆସିବା ଭଳି ଏହା ପ୍ରତିଶୃତି ନୁହେଁ, ୨ କୋଟି ଚାକିରି ଦେବା ଭଳି ଏହା ପ୍ରତିଶ୍ରୁତି ନୁହେଁ । ଏହାକୁ ଆମେ କରି ଦେଖାଇଦେବୁ ।

– ନବୀନ ପଟ୍ଟନାୟକ ରିମୋଟ କଂଟ୍ରୋଲ ହେ, ଚୈାକିଦାର ଚୋର ହେ । କେନ୍ଦ୍ର ଯାହା କୁହେ, ଠିକ ସେୟା କରନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ସରକାରକୁ ଭୋଟ ଦିଅ, ରିମୋଟ ସରକାରକୁ ତଳେ ରଖ ।