ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ : କହିଲେ ୫୦ଦିନ ନୁହେଁ, ୫ମାସ ପରେ ବି ସୁଧୁରିବନି ଅବସ୍ଥା

29

ଉତରପ୍ରଦେଶ : ଉତରପ୍ରଦେଶରେ ଏକ ରାଲିରେ ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ମୋଦିଙ୍କ ୫୦ ଦିନ ପରେ ପରିସ୍ଥିତିରେ କିଛି ବି ସୁଧାର ଆସିବ ନାହିଁ । ବ୍ୟାଙ୍କରେ ଟଙ୍କା ମିଳିବା ସ୍ୱାଭାବିକ ହେବାକୁ ଆହୁରି ୭, ୮ ମାସ ଲାଗିଯିବ ।

ଧନୀମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିବା ପାଇଁ ମୋଦି ବଡ ଯୋଜନା ପ୍ରସ୍ତୁତ କରିଛନ୍ତି । ସେହି ଯୋଜନା ଅନୁସାରେ ଆପଣମାନଙ୍କ ଟଙ୍କା ବ୍ୟାଙ୍କରେ ଫସି ରହିଛି । ରାହୁଲ ଅଭିଯୋଗ କରିଛନ୍ତି, ନୋଟ ଅଚଳ ନିଷ୍ପତି ପୂର୍ବରୁ ରାଜ୍ୟ ବିଜେପି ୟୁନିଟକୁ ଜଣାଇ ଦିଆଯାଇଥିଲା । ଘୋଷଣାର ଠିକ୍ ପୂର୍ବରୁ ଓଡ଼ିଶା ସମେତ କିଛି ରାଜ୍ୟର ଜିଲ୍ଲା ୟୁନିଟ୍ ଜମି କିଣିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ।