ବିମୁଦ୍ରାକରଣ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ! ବିଜେପି ଦେଲା ଜବାବ୍

32

କନକ ବ୍ୟୁରୋ : ମୋଦି ସରକାର ଉପରେ ବର୍ଷିଲେ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜନ ବେଦନା ସମ୍ମିଳନୀରେ ଏଭଳି ବର୍ଷିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ । ପୂରୁଣା ନୋଟ୍ ଅଚଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ରାହୁଲ । ଏହା ପ୍ରଧାନମନ୍ତ୍ରୀଙ୍କ ଅପରିପକ୍ୱ ନିଷ୍ପତି ବୋଲି ସେ କହିଛନ୍ତି ।

ଗରିବଙ୍କ ରୋଜଗାର ଗୋଟିଏ ମିନିଟରେ କାଗଜ ପାଲଟି ଗଲା ବୋଲି କହିଛନ୍ତି ରାହୁଲ । ରାମଦେବଙ୍କୁ ସରକାରଙ୍କ ଅର୍ଥଶାସ୍ତ୍ରୀ ବୋଲି ମଧ୍ୟ ଆକ୍ଷେପ କରିଛନ୍ତି ରାହୁଲ । ଏହା ସହ ବିଜେପି ଦେଶର ଆତ୍ମାକୁ ହତ୍ୟା କରୁଛି । ଏବଂ ଦେଶକୁ ୧୬ ବର୍ଷ ପଛକୁ ଠେଲି ଦେଇଥିବା କହିଛନ୍ତି ରାହୁଲ ଗାନ୍ଧି । ୨୦୧୯ରେ କଂଗ୍ରେସ ଶାସନକୁ ଆସିଲେ ଅଛେ ଦିନ୍ ଆସିବ ବୋଲି ରାହୁଲ କହିଛନ୍ତି ।