୨୫ ତାରିଖ ଭୁବନେଶ୍ୱରରେ ଜନ ସମାବେଶକୁ ସମ୍ବୋଧନ କରିବେ କଂଗ୍ରେସ ଅଧ୍ୟକ୍ଷ ! ତମାଣ୍ଡୋ କିମ୍ବା ବରମୁଣ୍ଡାରେ ହେବ ଜନସଭା

425

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ସମାବେଶକୁ ସମ୍ବୋଧନ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ସମାବେଶ କେଉଁଠି ହେବ ସ୍ଥିର ହୋଇନଥିବା ବେଳେ ଭୁବନେଶ୍ୱରରେ ହିଁ ସମାବେଶ ହେବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।ଭୁବନେଶ୍ୱରରେ ୨ଟି ସ୍ଥାନ ଚିହ୍ନଟ ହୋଇଛି । ତମାଣ୍ଡୋ ପଡିଆ କି ବରମୁଣ୍ଡା ପଡିଆରେ ସଭା ହେବ ବୋଲି ପିସିସି ସଭାପତି କହିଛନ୍ତି । ରାହୁଲ ସାଧାରଣ ସଭା ବ୍ୟତୀତ ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧିଙ୍କୁ ଭେଟିବେ । ଏହା ସହ ସାମ୍ବାଦିକ ସମ୍ମିଳନୀ କରିବେ ରାହୁଲ । ୨୫ ତାରିଖ ଦିନ ୧୦ଟାରୁ ୫ଟା ଯାଏଁ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।କଂଗ୍ରେସ ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ରହିଛି । ୩ରାଜ୍ୟରେ ବିଜେପିକୁ ଚିତ୍ ପଟାଙ୍ଗ କରି ସରକାର ଗଢ଼ିବା ପରେ ଓଡ଼ିଶା ଉପରେ ରାହୁଲଙ୍କ ନଜର । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମାରାଥନ୍ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯାହାକୁ ନେଇ ରାଜ୍ୟ ରାଜ୍ୟନୀତିର ପାରଦ ଶିଖକୁ ପହଁଚିବାରେ ଲାଗିଛି । ତେବେ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ସୂଚନା ମୁତବାକ ଆସନ୍ତା ଫେବୃୟାରୀ ୫ ତାରିଖ ଏବଂ ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।