ଥମୁନି ମୋଦି ରାହୁଲ ବାକ୍ ବିତଣ୍ଡା: କଂଗ୍ରେସ ଯୁବରାଜ କହିଲେ, ବିମୁଦ୍ରାକରଣ ହେଉଛି ନୋଟ୍ ଡକାୟତି

27

କନକ ବ୍ୟୁରୋ: ବିମୁଦ୍ରାକରଣ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଉତ୍ତରାଖଣ୍ଡର ଆଲମୋଡାଠାରେ ଆୟୋଜିତ ଜନ ଆଶିଷ ସଭାରେ ସେ ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଏହା ନୋଟବନ୍ଦି ନୁହେଁ ନୋଟ୍ ଡକାୟତି । ଅଢେଇ ବର୍ଷ ହେଲାଣି ମୋଦି ସରକାର କେବଳ ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି ବୋଲି ସେ କହିଛନ୍ତି ।

ଦୁର୍ନୀତି ବିରୋଧରେ ମୋଦି ସରକାର ଯାହା ବି ପଦକ୍ଷେପ ନେବେ ସେହିକ୍ଷେତ୍ରରେ କଂଗ୍ରେସ ତାଙ୍କୁ ସମସ୍ତ ସହଯୋଗ ଦେବ ବୋଲି ସେ କହିଛନ୍ତି । କିନ୍ତୁ ବିମୁଦ୍ରାକରଣ ଦୁର୍ନୀତି ବିରୋଧରେ ଲଢେଇ ନୁହେଁ ବୋଲି ରାହୁଲ ଉଦବୋଧନରେ କହିଛନ୍ତି ।