ମୁସଲିମ ବୁଦ୍ଧିଜିବୀ ରାହୁଲଙ୍କୁ ଭେଟି ଗରିବଙ୍କ କଥା ବୁଝିବା ଲାଗି ଦେଲେ ଉପଦେଶ : ଭୁଲ କରିଥିବା ମାନିଲେ ରାହୁଲ

44

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ସହ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକ ନିଜ ଦଳର ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବୁଧବାର ଦିନ ଉଦାରବାଦୀ ବୁଦ୍ଧିଜିବୀଙ୍କ ସହ ସାକ୍ଷାତ କରିଥିବା ଜଣାପଡିଛି । ଏହି ସମୟରେ ବୁଦ୍ଧିଜିବୀ କହିଛନ୍ତି ଯେ, ପୂର୍ବରୁ କଂଗ୍ରେସ ଯେପରି ମୁସଲାମାନଙ୍କ ପାଇଁ କାମ କରୁଥିଲା ଏବେ ସେପରି କରୁନାହିଁ । ତେଣୁ ମୁସଲମାନ ମାନେ କଂଗ୍ରେସକୁ ଦୂରେଇ ଦେଲେଣି । ୬୦ ଦଶକରେ ଆମେ ଯଦି ଦେଖିବା ତେବେ କଂଗ୍ରେସ ପାଖରେ ମୁସଲମାନଙ୍କ ଯେପରି ସମର୍ଥନ ଥିଲା ବର୍ତ୍ତମାନ ସମୟରେ ତାହା ନାହିଁ । ତେଣୁ କଂଗ୍ରେସକୁ ସେହିପରି ଭାବରେ କାମ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି କହିଛନ୍ତି ।

କଂଗ୍ରେସ ଯେପରି ଭାବରେ ନିଜର ରଣନୀତି କରୁଛି ବା ଯେପରି ଭାବରେ ବର୍ତ୍ତମାନ ସମୟରେ କାମ କରୁଛି ସେଥିପାଇଁ ବିରୋଧୀମାନେ ମଧ୍ୟ କଂଗ୍ରେସକୁ କଟାକ୍ଷ କରୁଛନ୍ତି । ଏଦି ଦଳ କିପରି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ କର୍ମୀମାନଙ୍କ ସହ ମିଶି ବୈଠକ କରିବା ସହ ସମସ୍ତଙ୍କ ମତାମତ ନେଇ କାମ କରିବାର ଆବଶ୍ୟକତା ରହିଛି । ବୁଦ୍ଧିଜୀବି ମାନେ ରାହୁଲଙ୍କୁ କହିଛନ୍ତି ଯେ, କଂଗ୍ରେସ କେବଳ ୪ ପ୍ରତିଶତ ମୁସଲମାନଙ୍କ କଥା କହୁଛି କିନ୍ତୁ ବାକି ୯୬ ପ୍ରତିଶତ ମୁସଲମାନେ ଦେଶ ସହ ଅଛନ୍ତି । ଦେଶରୁ କିପରି ଭାବରେ ଅଭାବି ଗରିବୀ, ବେରୋଜଗାର, ଶିକ୍ଷାକୁ ଗୁରୁତ୍ୱ ଦେବାର କଥା ଦଳ ଦେଇନାହିଁ । ଏହି ବାବଦରେ ରାହୁଲ ମଧ୍ୟ ଭୁଲ ମାଗିଥିବା ଜଣାପଡିଛି ।
୨୦୧୪ ନିର୍ବାଚନରେ ଯେପରି ଭାବରେ ସାରା ଦେଶରେ କଂଗ୍ରେସ ପରାଜୟକୁ ଶିକାର କରିଥିଲା ୨୦୧୯ କଂଗ୍ରେସ ଭଲ ଭାବରେ ପ୍ରଦର୍ଶନ କରିବ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାସହ ଦେଶର ମୁସଲମାନଙ୍କ କଥା ଶୁଣାଯିବ ବୋଲି ରାହୁଲ କହିଛନ୍ତି ।

ରାହୁଲଙ୍କୁ ଭେଟିଥିବା ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ ସମାଜସେବୀ ହାସନୀ, ଜୋୟା ହାସନ, ଜାମିୟା ମିଲ୍ଲୟା, ପୂର୍ବତନ କୂଳପତି ସଇଦା ହାମିଦ୍ ଓ ସର୍ବୋଚ୍ଚ ନ୍ୟାୟଳୟର ବରିଷ୍ଠ ଆଇନଜୀବି ଆଦି ଥିବା ଜଣାପଡିଛି ।

ରାହୁଲ ଏହି ବୈଠକ ଜରିଆରେ ସମସ୍ତ ମୁସଲମାନଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଛନ୍ତି । ବୁଦ୍ଧିଜାବୀମାନେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କଂଗ୍ରେସ ଯେପରି ହିନ୍ଦୁମାନଙ୍କୁ ଧ୍ୟାନ ରଖୁଛି ମୁସଲମାନଙ୍କୁ ଧ୍ୟାନ ଦେଉନାହିଁ । ଏହାସହ ଆଗାମୀ ଦିନରେ କଂଗ୍ରେସର ନିର୍ବାଚନୀ ପଦକ୍ଷେପ ବିଷୟରେ ଚର୍ଚ୍ଚା ହୋଇଥିବା ଜଣାପଡିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ରାହୁଲ ଗାନ୍ଧି ଅନେକ ସଂଘଙ୍କୁ ଭେଟି ଆଲୋଚନା କରିବେ । ଏହା ଫଳରେ ଲୋକମାନଙ୍କ ସମସ୍ୟା ଜଣାପଡିବ ବୋଲି କଂଗ୍ରେସ କହିଛି ।

ବିଜେପିକୁ ପ୍ରତିହତ କରିବାକୁ ହେଲେ କଂଗ୍ରେସକୁ ତୃଣମୁଳ ସ୍ତରରୁ ହିଁ ନିର୍ବାଚନୀ ପ୍ରସ୍ତୁତ କରିବା ପାଇଁ ପଡିବ । ୨୦୧୪ ରେ ଯେପରି ଦଳ ଭୁଲ କରିଥିଲା ବର୍ତ୍ତମାନ ସମୟରେ ତାହା ଆଉଥରେ ଦୋହରାଇବା ପାଇଁ କଂଗ୍ରେସ ଚାହୁଁନାହିଁ । ତେଣୁ ଆଗାମୀ ଦିନରେ ଲୋକମାନଙ୍କ ସହ ମିଶି ସେମାନଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ କିପରି ଶାସନ ଗାଦିକୁ ଫେରିବ ତାହାକୁ ନେଇ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି ।