ରାହୁଲ ଲଂଚ କଲେ ଗ୍ୟାରେଣ୍ଟିି କାର୍ଡ଼ ! କ୍ଷମତାକୁ ଆସିଲ ଚାଷୀ,ମହିଳା ଓ ଯୁବବର୍ଗଙ୍କୁ ଦିଆଯିବ ଅଗ୍ରାଧିକାର

525

କନକ ବ୍ୟୁରୋ : ଆଗକୁ ନିର୍ବାଚନ । ଆଉ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପାଲଟିଛି ରଣକ୍ଷେତ୍ର । ଜାତୀୟ ସ୍ତରରେ ନେତାମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । କିଏ କେତେ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି । ପ୍ରତିଶ୍ରୁତିର ବର୍ଷା କରି ଦେଉଛନ୍ତି ନେତାବୃନ୍ଦ । ଗତକାଲି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟବାସୀଙ୍କ ଉପରେ ପ୍ରତିଶ୍ରୁତିର ବର୍ଷା କରିଛନ୍ତି । ଓଡ଼ଶା ଗସ୍ତରେ ଆସି ରାଜ୍ୟବାସୀଙ୍କ ଲଂଚ କରିଛନ୍ତି ଏକ ଗ୍ୟାରେଣ୍ଟି କାର୍ଡ଼ ।

image courtesy – www.ndtv.com

ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଂଚ କରିଛନ୍ତି ଗ୍ୟାରେଣ୍ଟି କାର୍ଡ଼ । ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିଲେ ଗ୍ୟାରେଣ୍ଟି କାର୍ଡ଼ରେ ଥିବ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ତେବେ ଏହି ପ୍ରତିଶ୍ରୁତି ପାଳନ ହେଲେ ତାହା ଏକ ଅଭୂତପୂର୍ବ ପଦକ୍ଷେପ ହେବ, ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ହୋଇନାହିଁ । ସୂଚନାଯୋଗ୍ୟ ଗ୍ୟାରେଣ୍ଟି କାର୍ଡ଼ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତା ଲୋକଙ୍କ ପାଖରେ ପହଞ୍ଚିବେ ।

ମୁଖ୍ୟତଃ ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ହୋଇଛି ଏହି ଗ୍ୟାରେଣ୍ଟଣ୍ଟି କାର୍ଡ଼ । ଗ୍ୟାରେଣ୍ଟି କାର୍ଡ଼ରେ ଚାଷୀଙ୍କ ପାଇଁ ଟାଗଲାଇନ୍ ରହିଛି । ଯେଉଁଠି ଲେଖାଯାଇଛି ‘ଚଷା ମୋର ଦେଶ ମୋର’ । ସରାକର ଗଢ଼ିବାର ପ୍ରଥମ଼ ଦିନ ହିଁ ଚାଷୀଙ୍କ ଋଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହାସହି ଚାଷୀଙ୍କୁ ବୋନସ ଓ ବିହନ ମଧ୍ୟ ପ୍ରଦାନ କରାଯିବ ।

ସେହିପରି ଗ୍ୟାରେଣ୍ଟି କାର୍ଡ଼ରେ ଯୁବକଙ୍କ ପାଇଁ ଟାଗଲାଇନ୍ ରହିଛି ‘ରୋଜଗାର ମୋର ଅଧିକାର’ । ଆଉ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ସରକାର ଗଢ଼ିଲେ ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ଚାକରି ଦିଆଯିବ । ସମସ୍ତଙ୍କୁ ସର୍ବନିମ୍ନ ଆୟ ଆୟ ଓ ସମସ୍ତ ଚୁକ୍ତି ଭିତ୍ତିକ କମଚାରୀଙ୍କୁ ନିୟମିତ କରାଯିବ ବୋଲି କୁହାଯାଇଛି । ମହିଳାଙ୍କ ପାଇଁ ମଧ୍ୟ ଗ୍ୟାରେଣ୍ଟି କାର୍ଡ଼ରେ ଟାଗଲାଇନ୍ ରହିଛି ‘ଶିକ୍ଷା, ସୁରକ୍ଷା, ସମ୍ମାନ’ । ଝିଅଙ୍କୁ ଉଚ୍ଚଶିକ୍ଷା, ବିବାହ ଓ ସବୁ ଘରକୁ ପାଣି ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏବଂ ସମସ୍ତ ପଂଚାୟତ ଅଫିସରେ ଜଣେ ଜଣେ ମହିଳା ସିକ୍ୟରିଟି ଅଫସିର ନିୟୋଜିତ ହେବେ ବୋଲି ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ କଳାହାଣ୍ଡି ଭବାନୀପାଟଣା ଓ ରାଉରକେଲାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗତକାଲି ବର୍ଷିଥିଲେ ରାହୁଲ ଗାନ୍ଧୀ । ଚାଷୀଙ୍କ ଠାରୁ ଆରମ୍ଭ କରି ଗରୀବଙ୍କ ହୃଦୟ ଜିତିବାକୁ ପ୍ରତିଶ୍ରୁତିର ବର୍ଷା କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲଙ୍କ ଏହି ନୂଆ ଅବତାର କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିବାର ଅନୁମାନ କରାଯାଉଛି ।