ରାଫେଲ ଡିଲ ପ୍ରସଙ୍ଗରେ ରାହୁଲ-ଜେଟଲୀ ମୁହାଁମୁହିଁ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଭିଯୋଗ, ମିଛ କହୁଛନ୍ତି କଂଗ୍ରେସ ଅଧ୍ୟକ୍ଷ

48

କନକ ବ୍ୟୁରୋ : ରାଫେଲ ଡିଲ ପ୍ରସଙ୍ଗରେ ରାହୁଲ-ଜେଟଲୀ ମୁହାଁମୁହିଁ । ଏହି ପ୍ରସଙ୍ଗରେ କଂଗ୍ରେସ ବାରମ୍ବାର ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । ଏବେ ଟ୍ୱିଟ କରି ରାହୁଲଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ରାଫେଲ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ବାରମ୍ବାର ଭିନ୍ନ ଭିନ୍ନ ବୟାନ ଦେଉଥିବା କହିଛନ୍ତି ଜେଟଲୀ । ଜେଟଲୀ କଂଗ୍ରେସକୁ ଆକ୍ରମଣ କରିବା ସହ ରାହୁଲ ଗାନ୍ଧୀଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । କେଉଁ ତଥ୍ୟ ଆଧାରରେ କଂଗ୍ରେସ ବିଜେପିକୁ ଦୋଷାରୋପ କରୁଛି ବୋଲି ଜେଟଲୀ ପ୍ରଶ୍ନ କରିଛନ୍ତି ।

ରାଫେଲ ଡିଲ ପ୍ରସଙ୍ଗରେ କଂଗ୍ରେସ ଓ ରହୁଲ ଗାନ୍ଧୀ ମିଛ କହୁଥିବା ଜେଟଲୀ ଟ୍ୱିଟ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହି ଡିଲକୁ ୟୁପିଏ ସରକାର ଦୀର୍ଘ ଏକ ଦଶକ ଧରି ବିଳମ୍ବ କରିଥିଲା । ଯାହାର ପ୍ରଭାବ ଦେଶର ସୁରକ୍ଷା ଉପରେ ପଡିଛି ବୋଲି ସେ କହିଛନ୍ତି । ୟୁପିଏ ସରକାର ଏହା ଉପରେ ନିର୍ଣ୍ଣୟ ନେବାକୁ ଅସମର୍ଥ ଥିଲେ ବୋଲି ଜେଟଲି ଟୁଇଟ କରି କହିଛନ୍ତି । ଏନଡିଏ ସରକାର ପ୍ରତିଟି ବିମାନ ପାଇଁ ପାଖାପାଖି ୨୦ ପ୍ରତିଶତ କମ ଖର୍ଚ୍ଚ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଟ୍ୱିଟ କରି ଜେଟଲୀ କହିଛନ୍ତି । ଅନ୍ୟପକ୍ଷରେ ଟ୍ୱିଟ କରି ଜବାବ ରଖିଛନ୍ତି ରାହୁଲ । ଗ୍ରେଟ ରାଫେଲ ରବରିର ସମାଧାନ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି ତଦନ୍ତ କରୁ ବୋଲି କହିଛନ୍ତି ରାହୁଲ । ତେବେ ବିଜେପିର ସୁୁ୍ପ୍ରିମ ଲିଡରମାନେ ତାଙ୍କ ବନ୍ଧୁଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ମଧ୍ୟ ରାହୁଲ ଟ୍ୱିଟରେ କହିଛନ୍ତି ।