ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପୁଣି ମିଳିଲା ଜାମିନ । ୧୦ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମିଳିଲା ଜାମିନ

ସବୁ ମୋଦି ଚୋର ବୟାନକୁ ନେଇ ଦାଏର ମାମଲାରେ ଜାମିନ୍ ଦେଲେ ପାଟନା ସିଭିଲ୍ କୋର୍ଟ

118

କନକ ବ୍ୟୁରୋ: ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ପାଟନା ସିଭିଲ କୋର୍ଟରେ ଆଜି ମାନହାନି ମାମଲାରେ ହାଜର ହୋଇଥିଲେ ରାହୁଲ । ୧୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପାଟନା ସିଭିଲ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ରୁଜୁ କରିଥିବା ମାନହାନୀ ମାମଲାରେ ଆଜି ରାହୁଲଙ୍କୁ ବେଲ ମିଳିଛି ।

ବେଲ ପାଇବା ପରେ ରାହୁଲ କହିଥିଲେ, ସମ୍ବିଧାନ ବଂଚାଇବା ପାଇଁ ସେ ଲଢେଇ ଜାରି ରଖିବେ । ସେଥିପାଇଁ ଯେଉଁଠି ଯିବାକୁ ପଡିଲେ ବି ଯିବେ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ । ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଥିଲେ ସବୁ ଚୋରଙ୍କ ଉପନାମ ମୋଦି କାହିଁକି । ପଳାତକ ଉଦ୍ୟୋଗପତି ନୀରବ ମୋଦି, ଲଳିତ ମୋଦିଙ୍କ ଉଦାହରଣ ଦେଇ ସେ ଏହା କହିଥିଲେ । ଯାହାକୁ ନେଇ ରାହୁଲଙ୍କ ନାମରେ ମାନହାନୀ ମୋକଦ୍ଦମା କରିଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ।