ଯୁବରାଜଙ୍କ ଶଗଡି ଯାତ୍ରା ! ‘ଖଟସଭା’ରେ ଯୋଗଦେଲେ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

67

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଶଗଡ ଯାତ୍ରା । କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଗତକାଲି ୩ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଯୁବରାଜ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରି ସାରିଲେଣି । ନିଜେ ରାହୁଲ ଏଥର ଗୁଜରାଟ ନିର୍ବାଚନର ମଙ୍ଗ ଧରିଛନ୍ତି । ତେଣୁ ନିବାର୍ଚନକୁ ଆହୁରି ୨ ମାସରୁ ଅଧିକ ସମୟ ବାକିଥିଲେ ମଧ୍ୟ ଏବେଠାରୁ ମାରାଥନ ପ୍ରଚାର କରିବା ଆରମ୍ଭ କଲେଣି ରାହୁଲ ।

Rahul-Gandhi-g-11ଗୁଜରାଟ ଗସ୍ତରେ ରାହୁଲ ଆଜି ପ୍ରଥମେ ଦ୍ୱାରକାରେ ପହଞ୍ଚି ଦ୍ୱାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାହୁଲଙ୍କ ସହିତ ଦଳର ରାଜ୍ୟ ସଭାପତି ଭରତ ସିଂହ ସୋଲାଙ୍ଗୀ ଏବଂ ବରିଷ୍ଠ ନେତା ଅଶୋକ ଗେହଲଟ ଉପସ୍ଥିତ ଥିଲେ । ଏହାପରେ ରାହୁଲ ଦଳର ଏକ ରାଲିକୁ ଯାଇଥିଲେ । ଏହି ସମୟର ଦୃଶ୍ୟ ଥିଲା ଟିକିଏ ନିଆରା । କୌଣସି ଏସି ଗାଡି ନୁହେଁ ବରଂ ସଭାସ୍ଥଳକୁ ରାହୁଲ ଶଗଡରେ ଯାଇଥିଲେ । ରାହୁଲଙ୍କ ଏହି ଶଗଡ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା । ଏତେ ମାତ୍ରାରେ ଲୋକଙ୍କ ଭିଡ ଦେଖି ରାହୁଲ ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ସଭାସ୍ଥଳରେ ଉଦବୋଧନ ଦେଇ ଏନଡିଏ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ ରାହୁଲ । ରାଲି ପରେ ପୁଣିଥରେ ରାହୁଲ ଗ୍ରାମବାସୀଙ୍କ ସହ ଖଟସଭା କରିଥିଲେ ।