ଆଖଁ ମାରେ ୱ ଲଡକି ଆଖେଁ ମାର । ବଲିଉଡର ଏହି ଲୋକପ୍ରିୟ ଗୀତଟି ଏବେ ଯୁବବର୍ଗଙ୍କ ବେଶ ପସନ୍ଦ ପାଲଟିଛି । ସମସ୍ତଙ୍କ ମୁହଁରେ ଏବେ ଏହି ଗୀତ । ଆଉ ଏହି ଟ୍ରେଣ୍ଡରୁ ରାହୁଲ ବା ବାଦ୍ ପଡନ୍ତେ କିପରି । ଆମେ କହୁଛୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଥା । ସାମ୍ନାକୁ ଆସିଛି ରାହୁଲଙ୍କ ଆର୍ଖ ମାରେ ପାର୍ଟ-୨ । ପୁଣି ସଂସଦରେ ଆଖି ମାରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଥରେ ନୁହେଁ ଦୁଇ ଦୁଇ ଥର ଆଖି ମାରିଛନ୍ତି ରାହୁଲ । ନିଜ ଦଳର ସାଥୀ ନେତାଙ୍କୁ ପୁଣି ଥରେ ଆଖି ମାରି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାଫେଲ ଡିଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲୁଥିବା ବେଳେ ରାହୁଲ ପୁଣି ଥରେ ନିଜର ପୁରୁଣା ଅନ୍ଦାଜରେ ମାରିଥିଲେ ଆଖି । ଯାହା ଲୋକସଭାର କ୍ୟାମେରାରେ କଏଦ ହୋଇଥିଲା । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଲୋକସଭାର ଶୀତକାଳୀନ ଅଧିବେଶନର ୧୪ ତମ ଦିନ । ରାଫେଲ ଡିଲକୁ ନେଇ ଗୃହ ମଧ୍ୟରେ ତାତି ଦେଖିବାକୁ ମିଳିଥିଲା । ଏଆଇଏଡିଏମକେ ସାଂସଦ ଥମ୍ବିଦୁରାଇ ଯେତେବେଳେ ରାଫେଲ ପ୍ରସଙ୍ଗକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କାଉଣ୍ଟର କରୁଥିଲେ । ଠିକ୍ ସେତିକିବେଳେ ବେଶ ଉତ୍ସାହିତ ହୋଇ ରାହୁଲ ଟେବୁଲ ପିଟିବା ସହ କୁଲ ଅନ୍ଦାଜରେ ନିଜ ସାଥୀ ସଦସ୍ୟଙ୍କୁ ଆଖି ମାରିଥିଲେ । ତେବେ ଏହି ଆଖି ମରା ପଛରେ କଣ ରହସ୍ୟ ରହିଛି ତାହା କେବଳ ରାହୁଲଙ୍କୁ ହିଁ ଜଣା । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାହୁଲଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ ।
ସଂସଦରେ ରାହୁଲଙ୍କ ପାଇଁ ଆଖିମରା କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ମଧ୍ୟ ସଂସଦରେ ଆଖି ମାରି ଚର୍ଚ୍ଚାକୁ ଆସି ସାରିଛନ୍ତି ରାହୁଲ । ୨୦୧୮ରେ ଯେତେବେଳେ ତାମିଲ ନାୟିକା ପ୍ରିୟା ପ୍ରକାଶ ଆଖି ମାରି ସୋସିଆଲ ମିଡିଆର ସେନସେସନ ପାଲଟିଥିଲେ ଠିକ୍ ସେହି ସମୟରେ ରାହୁଲ ମଧ୍ୟ ସଂସଦରେ ଆଖି ମାରି ଚର୍ଚ୍ଚାକୁ ଆସିଥିଲେ । ୨୦ ଜୁଲାଇ ୨୦୧୮ରେ ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ରାହୁଲ ନିଜ ଅଭିଭାଷଣ ରଖିବା ପରେ ମୋଦିଙ୍କୁ ମୁନ୍ନା ଭାଇ ଅନ୍ଦାଜରେ ଯାଦୁ କି ଝପି ଦେବା ପରେ ସିଟରେ ବସି ନିଜ ସାଥୀ ସଦସ୍ୟଙ୍କୁ ଆଖି ମାରିଥିଲେ । ସେତେବେଳେ ରାହୁଲଙ୍କ ଏହି ଆଖିମରା ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା । ଆଉ ଏଥିପାଇଁ ରାହୁଲଙ୍କ ବେଶ ମଜାକ ଉଡାଇଥିଲା ବିଜେପି । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି ରାହୁଲଙ୍କ ଆଖଁ ମାରେ ପାର୍ଟ-୨ ।
Rahul Gandhi ‘winks’ again… This time during the all serious debate on #Rafale. He surely needs help! pic.twitter.com/rncFdTlphU
— Amit Malviya (@amitmalviya) January 4, 2019
ସଂସଦରେ ରାହୁଲଙ୍କ ଆଖିମରାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ କଂଗ୍ରେସ ଯୁବରାଜଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାଫେଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ରାହୁଲ ଆଖି ମାରି ରାଫେଲ ପ୍ରସଙ୍ଗରେ ତାଙ୍କର କେତେ ଗମ୍ଭୀରତା ଅଛି ତାହା ଦର୍ଶାଇଛନ୍ତି ।
Comments are closed.