ନିର୍ବାଚନ ଫଳାଫଳ ପରେ ଖୁସିରେ ଆତ୍ମହରା କଂଗ୍ରେସ ଅଧ୍ୟକ୍ଷ ! ରାହୁଲ ସ୍ପଷ୍ଟ କଲେ ୨୦୧୯ ରେ କ’ଣ ରହିବ ନିର୍ବାଚନୀ ମୁଦ୍ଦା ?

253

କନକ ବ୍ୟୁରୋ : ବିଜେପି ସତ୍ତାରୂଢ଼ ରାଜ୍ୟରେ କଂଗ୍ରେସର ବିଜୟ । ଖୁସିରେ ଆତ୍ମହରା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୫ ରାଜ୍ୟର ନିର୍ବାଚନ ଫଳାଫଳ ଭଲ ସଙ୍କେତ ଦେଉଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀ ମିଡ଼ିଆକୁ ସମ୍ବୋଧିତ କରିଥିଲେ । ଫଳାଫଳ ଘୋଷଣା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା, କୃଷକ ଓ ଯୁବଗୋଷ୍ଠୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାବ୍ୟତୀତ ନିର୍ବାଚନ ପ୍ରଚାର ସମୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତା’ଉପରେ ତୁରନ୍ତ କାମ କରାଯିବ ବୋଲି କହିଛନ୍ତି ରାହୁଲ । ଏହା ବ୍ୟତୀତ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ୨୦୧୪ରେ ନରେନ୍ଦ୍ର ମୋଦି ରୋଜଗାରର ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ସମ୍ପୂର୍ଣ୍ଣ ରୂପେ ଫେଲ ହୋଇଛନ୍ତି । ବେକାରୀ, କୃଷକ ଓ ଭ୍ରଷ୍ଠାଚାର ମୁଦ୍ଦାରେ ଫେଲ ହୋଇଛନ୍ତି ମୋଦି । ଯାହା ୫ ରାଜ୍ୟ ନିର୍ବାଚନରେ ସ୍ପଷ୍ଟ ବାରିହୋଇପଡ଼ିଛି । ମୋଦିଙ୍କ ଉପରେ ଆଉ ଲୋକଙ୍କର ପୂର୍ବପରି ଆସ୍ଥା ନାହିଁ । ତେବେ ୨୦୧୯ ନିର୍ବାଚନରେ କୃଷକ, ରୋଜଗାର ଓ ଭ୍ରଷ୍ଠାଚାର ତାଙ୍କର ତିନୋଟ ବଡ଼ ମୁଦ୍ଦା ହେବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଆଉ ଏଥିପାଇଁ ସ୍ୱତନ୍ତ୍ର ରୂପେ ନିଷ୍ପତି ନେବାକୁ ପଡ଼ିବ । ୨୦୧୯ରେ ସମସ୍ତ ଶକ୍ତି ଖଟାଇ ବିରୋଧୀ ନିର୍ବାଚନ ଲଢ଼ିବେ । ଏହା ବ୍ୟତୀତ କଂଗ୍ରେସ ସରକାର ଗଢ଼଼ିବାର ତୁରନ୍ତ ପରେ କୃଷକଙ୍କ ଋଣ ଛାଡ଼ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

rahul-modi
image courtesy-https://indianexpress.com

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅନେକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ତେଣୁ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପରେ କଂଗ୍ରେସ ଦଳ ଏପରି ଭାବରେ ବିଜୟର ସ୍ୱାଦ ଚାଖିଲା ବୋଲି ଏବେ ପ୍ରଚାର ହେଉଛି । ଏହାସହ ରାହୁଲ ଗାନ୍ଧୀ ବିଭିନ୍ନ ହିନ୍ଦୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା କାରଣରୁ ଏପରି ଫଳ ମିଳିଛି ବୋଲି କେତେ ନେତା ମଧ୍ୟ କହିଛନ୍ତି । ତେବେ ସେ ଯାହା ବି ହେଉ ଚଳିତ ନିର୍ବାଚନର ବିଜୟ ରାହୁଲ ଗାନ୍ଧୀଙ୍କ ପାଇଁ ବିଜୟ ଦ୍ୱାର ଖୋଲିଦେଇଛି ।