ରାହୁଲ ଗାନ୍ଧିଙ୍କ ବରଗଡ ଗସ୍ତ ବାତିଲ ! କୋରାପୁଟ ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ।

90

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ଏଦି ଦିନ ସେ ବରଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ରାହୁଲଙ୍କ ବରଗଡ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସେପଟେ ଆସନ୍ତା ୮ ତାରିଖରେ ରାହୁଲ ଗାନ୍ଧି କୋରାପୁଟ ଗସ୍ତରେ ଆସି ମହିଳା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି କେଉଁ ରଣନୀତି ନେଇ ମଇଦାନକୁ ଓହ୍ଲାଇବେ ଏବଂ ଜନମତ ହାସଲ କରିବାରେ ସମର୍ଥନ ହେବେ, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଗତ ୪ଟି ପାଳି ଧରି ଶାସନ ଗାଦିରେ ବସିଥିବା ବିଜେଡିକୁ ରୋକିବା ପାଇଁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଦୁଇ ଦଳର କେନ୍ଦ୍ରୀୟ ନେତୃତ୍ୱ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ଦେଖିବାକୁ ମିଳୁଥିବା ବେଳେ, ନବୀନ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଜନମତ ହାସଲ କରିବାକୁ ଚେଷ୍ଟା ବି କରୁଛନ୍ତି ।