ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ : ଦକ୍ଷିଣ ଓଡିଶାରେ କରିବେ ନିର୍ବାଚନୀ ପ୍ରଚାର

165

ପୁଣି ଥରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୯ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସିବେ । ଦିଗପହଣ୍ଡିରେ ଆୟାଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ । ଦକ୍ଷିଣ ଓଡିଶାରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

ନିର୍ବାଚନ ପାଖେଇ ଆସୁଛି । ଓଡିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ରାହୁଲଙ୍କ ଏପ୍ରିଲ ୪ ତାରିଖରେ ଓଡିଶା ଗସ୍ତ ଥିଲା । କିନ୍ତୁ ୱାଇନାଡ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାରୁ ସେ କେରଳ ଗସ୍ତ କରିଥିଲେ ଏବଂ ଆସନ୍ତା ୯ ତାରିଖରେ ସେ ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ।