ପରାଜୟ ଭୁଲିବାକୁ ରାହୁଳ ଦେଖିଲେ କି ଫିଲ୍ମ ? ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ, ଜରୁରୀ ନଥିଲା କି ପରାଜୟର ପୋଷ୍ଟମର୍ଟମ ?

42

ସରିଯାଇଛି ବହୁ ଚର୍ଚ୍ଚିତ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ବିଜେପି ୯୯ଟି ଆସନ ହାତେଇବା ସହ ୬ଷ୍ଠ ଥର ପାଇଁ ଗୁଜରାଟର ମଙ୍ଗ ଧରିଛି । ସେହିଭଳି ହିମାଚଳ ପ୍ରଦେଶରେ ସରକାର ବିରୋଧୀ ହାୱାର ଫାଇଦା ଉଠାଇଛି ବିଜେପି । ତେବେ ଏହି ନିର୍ବାଚନରେ ରାହୁଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯେଉଁ ସମୟରେ ବିଜେପି ଫଳାଫଳକୁ ନେଇ ତର୍ଜମା କରୁଥିଲା ସେତେବେଳେ ବେଶ ଆରାମରେ ବନ୍ଧୁଙ୍କ ସହ ହଲରେ ଫିଲ୍ମ ଦେଖୁଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

wo26-India-RahulGandhiଡିସେମ୍ବର ୧୮ ତାରିଖ । ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନର ଫଳାଫଳ ଆସିବା ପରେ ଉତ୍ସବମୁଖର ହୋଇଯାଇଥିଲା ବିଜେପି କାର୍ଯ୍ୟାଳୟ । ଫଳାଫଳକୁ ନେଇ କଂଗ୍ରେସ ମଧ୍ୟ ଖୁସି ଥିଲା କିନ୍ତୁ ମ୍ୟାଜିକ ନମ୍ବର ହାସଲ କରି ପାରିନଥିବାରୁ ସରକାର ଗଙ୍ଘିବାର ସ୍ୱପ୍ନ ଅଧାରେ ରହିଯାଇଥିଲା । ପାର୍ଟି ଅଫିସରେ ନିର୍ବାଚନ ପରାଜୟର ଆଲୋଚନା ହେଉଥିବା ବେଳେ ଫିଲ୍ମ ହଲରେ ହଲିଉଡ ମୁଭି ‘ଷ୍ଟାର ୱାରର୍ସ’ର ମଜା ନେଉଥିଲେ ରାହୁଲ । ହୁଏତ ପରାଜୟର ଦୁଃଖକୁ ଭୁଲିବାକୁ ଫିଲ୍ମ ଦେଖିବାକୁ ତେବେ ରାହୁଲଙ୍କ ଅଫିସ ତରଫରୁ ଏହା ତାଙ୍କ ବ୍ୟକ୍ତିଗତ ଜୀବନର ଏକ ଅଂଶ କହି କୌଣସି ମତାମତ ଦେଇନଥିଲେ । ଏହାଛଡା କଂଗ୍ରେସ ନେତା ରଣଦୀପ ସୁରଜେବାଲା ଟ୍ୱିଟ୍ କରି କହିଛନ୍ତି, ରାହୁଲ ମଧ୍ୟ ଅନ୍ୟ ଭାରତୀୟଙ୍କ ପରି ଜୀବନ ବଞ୍ଚିବାକୁ ଭଲ ପାଆନ୍ତି । ତେଣୁ ଫିଲ୍ମ ଦେଖିବାରେ ଅସୁବିଧା କେଉଁଠି ରହିଲା ।

କିନ୍ତୁ ରାହୁଳଙ୍କ ଫିଲ୍ମ ଦେଖାକୁ ନେଇ ଟ୍ୱିଟରରେ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି । ଏପରିକି ନିର୍ବାଚନ ଫଳାଫଳ ତର୍ଜମା କରିବା ବଦଳରେ ହଲରେ ବସି ରାହୁଲଙ୍କ ଫିଲ୍ମ ଦେଖାକୁ ଅନେକ ନାପସନ୍ଦ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଭାବେ ପ୍ରଥମେ ଗୁଜରାଟରେ ଦଳର ପରାଜୟର କାରଣ ଖୋଜିବା ସହ ଏହାକୁ ତର୍ଜମା କରିବା ଆବଶ୍ୟକ ବୋଲି କିଛି ଲୋକ ମତ ଦେଇଛନ୍ତି । ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ହାରିବା ଦିନ ହିଁ ରାହୁଲ ଫିଲ୍ମ ଦେଖିବାକୁ ଯିବା ତାଙ୍କ ରାଜନୀତିରେ ତାଙ୍କ ସିରିୟସନେସ ଉପରେ ପ୍ରଶ୍ନ ଉଠାଇଛି ।