ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ! ରାଫେଲ ଓ ରୋଜଗାର ନେଇ ଟାର୍ଗେଟ, ରାହୁଲ କହିଲେ, ଲାଲକିଲ୍ଲାରୁ ଦେଶବାସୀଙ୍କୁ ମିଛ କହୁଛନ୍ତି ମୋଦି ।

26

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତିି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଗାନ୍ଧୀ ଜୟନ୍ତୀ ଅବସରରେ ୱର୍ଧା ସେବାଶ୍ରମ ଗସ୍ତ କରିଥିବା ଅବସରରେ ପ୍ରଥମେ ବୈଠକରେ ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ । ଆଉ ଏହାପରେ ସଂକଳ୍ପ ରାଲି  କରିଥିଲେ । ଏହି ରାଲିରେ ୟୁପିଏ ଅଧକ୍ଷ୍ୟା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ରାଫେଲ ଦୁର୍ନିତିରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ଅନେକ ବିଷୟକୁ କେନ୍ଦ୍ର କରି ମୋଦୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ମୋଦି ଲାଲକିଲାରୁ ଦେଶବାସୀଙ୍କୁ ମିଛ କହୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ତେବେ ଏହି ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଶେଷ କରି ରାଫେଲ ଦୁର୍ନିତି ଏବଂ ରୋଜଗାର ନେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।