ଆଡଭାନୀଙ୍କ ବ୍ଲଗ୍ ବାହାନାରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ! କହିଲେ, ଗାଦି ପାଇଁ ରାଜନୈତିକ ଗୁରୁଙ୍କୁ ଅପମାନିତ କରିଛନ୍ତି ମୋଦି

118

କନକ ବ୍ୟୁରୋ : ଲାଲକୃଷ୍ଣ ଆଡୱାଣୀଙ୍କ ବ୍ଲଗକୁ ବାହାନା, ନିଶାନାରେ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ଆଗରୁ ପ୍ରଚାର ସଭାରେ ଏମିତି କିଛି ଢ଼ଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ବିଜେପି ଏହାର ପ୍ରତିଷ୍ଠା ଦିବସ ପାଳନ କରିବାର ଦିନକ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି ସତା ପାଇଁ ମୋଦି ତାଙ୍କ ରାଜନୈତିକ ଗୁରୁ ଆଡଭାନୀଙ୍କୁ ଅପମାନିତ କରିଛନ୍ତି । ଦଳରେ ଆଡଭାନୀଙ୍କୁ ଏକଦମ କୋଣଠେସା କରିଦେଇଛନ୍ତିି  । ମୋଦି ଆଡଭାନୀଙ୍କୁ ହାତ ଯୋଡୁ ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ।

ଏହା ସହିତ ଆଡଭାନୀଙ୍କୁ ଷ୍ଟେଜ ଉପରୁ ଜୋତା ମାରି ମୋଦି ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ । ଗୁରୁଙ୍କୁ ଅପମାନିତ କରିବା କେଉଁ ହିନ୍ଦୁ ଶାସ୍ତ୍ରରେ ଲେଖା ଯାଇଛି ବୋଲି ପଚାରିଛନ୍ତି ରାହୁଲ । ତେଣୁ ମୋଦି ହିନ୍ଦୁ ଧର୍ମ ନେଇ ଅଧିକ ନଶିଖାନ୍ତୁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବିଜେପି ତାର ବିରୋଧୀଙ୍କୁ କେବେ ହେଲେ ରାଷ୍ଟ୍ର ବିରୋଧୀ ଭାବେ ନାହିଁ ବୋଲି ଆଡଭାନୀ ଗୁରୁବାର ତାଙ୍କ ବ୍ଲଗରେ ଲେଖିବା ପରେ କଂଗ୍ରେସ ମୋଦିଙ୍କୁ ଏପରି ଟାର୍ଗେଟ ଜାରି ରଖିଛି ।