ପୁଣି ଥରେ ରାହୁଲଙ୍କ ଟାର୍ଗେଟରେ ମୋଦି ! କହିଲେ ଚୌକିଦାର କାପୁରୁଷ, ସାହସ ଅଛି ଯଦି ଜାତୀୟ ସୁରକ୍ଷା ଓ ରାଫେଲ୍ ପ୍ରସଙ୍ଗରେ କରନ୍ତୁ ବିତର୍କ । 

99

କନକ ବ୍ୟୁରୋ : ପୁଣି ଥରେ ରାହୁଲ ଗାନ୍ଧିଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି  । ଦିଲ୍ଲୀ ଜୱାହରଲାଲ ନେହେରୁ ଷ୍ଟାଡ଼ିୟମରେ ଆୟୋଜିତ ମୋ ସମ୍ବିଧାନ ମୋ ସ୍ୱାଭିମାନ ସମାବେଶରେ ଯୋଗ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି  । ବିଭିନ୍ନ ପ୍ରସଙ୍ଗରେ ରାହୁଲ ମୋଦିଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ତାଙ୍କୁ କାପୁରୁଷ କହିବାକୁ ମଧ୍ୟ ପଛେଇନାହାନ୍ତି  । ଏହାସହ ଜାତୀୟ ସୁରକ୍ଷା, ରାଫେଲ ବିମାନ କିଣା ପରି ପ୍ରସଙ୍ଗରେ ବିତର୍କ ପାଇଁ ରାହୁଲ ମୋଦିଙ୍କୁ ଆହ୍ୱାନ ଦେଇଛନ୍ତି  ।

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଦିଲ୍ଲୀ ଜୱାହରଲାଲ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ମୋ ସମ୍ବିଧାନ ମୋ ସ୍ୱାଭିମାନ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି  ।

୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳିବାରେ ଲାଗିଛି ରାଜନୈତିକ ଦୃଶ୍ୟପଟ୍ଟ । ମୋଦିଙ୍କୁ ବିରୋଧ କରୁଥିବା କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ନେତା ଏକାଠି ହୋଇଛନ୍ତି । ଅନ୍ୟପଟେ ଏହି ନିର୍ବାଚନ ଜିତିବା ଶାସକ ଦଳ ପାଇଁ ମଧ୍ୟ ଅଗ୍ନିପରୀକ୍ଷାଠାରୁ କମ୍ ହେବ ନାହିଁ  । ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ତେବେ ପ୍ରଚାର ଏବେଠୁ ଆରମ୍ଭ ହୋଇଯାଇଥିବା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି  ।