ନୀତିନ ଗଡକରୀଙ୍କ ବୟାନକୁ ନେଇ ବିଜେପିକୁ କଟାକ୍ଷ କଲେ ରାହୁଲ ଗାନ୍ଧୀ : ଗଡକାରୀ କହିଥିଲେ, ଚାକିରି ପାଇଁ ସଂରକ୍ଷଣର ଫାଇଦା କଣ ?

27

କନକ ବ୍ୟୁରୋ : ମୋଦି ସରକାରଙ୍କ ଶାସନ କାଳରେ ଲଗାତାର ଭାବେ ବେକାରୀ ସମସ୍ୟା ନେଇ ପ୍ରଶ୍ନ ଉଠୁଛି । ବିରୋଧୀ ଅନେକ ସମୟରେ ଏନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଛନ୍ତି । ତେନେ ଏନେଇ ସରକାର କହୁଛନ୍ତି ଦେଶରେ ଚାକିରି ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । କିନ୍ତୁ ନିର୍ବାଚନୀ ବର୍ଷରେ ନିତିନ ଗଡକରୀ ନିଜେ ମାନିଛନ୍ତି ଚାକିରି ନେଇ ଦେଶରେ ସଙ୍କଟ ଦେଖାଦେଇଛି । ସେ କହିଛନ୍ତି ଏବେ ନିଯୁକ୍ତି ସୁଯୋଗ ନାହିଁ ।

Zee News – India.com

ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକାରୀଙ୍କ ବୟାନକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ରାହୁଲ କଟାକ୍ଷ କରି କହିଛନ୍ତି ଗଡକରୀ ପଚାରିଥିବା ପ୍ରଶ୍ନ ଠିକ୍ । ଦେଶରେ ଚାକିରି କାହିଁ ? ଏହା ପ୍ରତ୍ୟକ ଭାରତୀୟଙ୍କ ପ୍ରଶ୍ନ । ଗଡକରୀ ଗତକାଲି କହିଥିଲେ ମରାଠାଙ୍କୁ ସଂରକ୍ଷଣ ଦିଆଗଲେ ଏହାର କିଛି ଲାଭ ନାହିଁ । କାରଣ ଦେଶରେ ଚାକିରି ନାହିଁ । ତେବେ ଆର୍ଥିକ ଆଧାରରେ ନିଯୁକ୍ତି ଦିଆଯିବା ଉଚିତ୍ ବୋଲି କହିଥିଲେ ଗଡକାରୀ । ସେ କହିଥିଲେ ସରକାର ସଂରକ୍ଷଣ ନୀତିରେ ପରିବର୍ତନ ଆଣିବା ଆବଶ୍ୟକ । ଜାତି ଆଧାରରେ ସଂରକ୍ଷଣ ନଦେଇ ଅର୍ଥନୈତିକ ସ୍ଥିତି ଆଧାରରେ ସଂରକ୍ଷଣ ଦେବା ଆବଶ୍ୟକ । ବିଭିନ୍ନ ଜାତିରେ ଗରିବ ଲୋକ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ସେହି ଆଧାରରେ ସଂରକ୍ଷଣ ଯୋଗାଇଦେବା ଆବଶ୍ୟକ । ଏସସି ଏସଟି ଆଇନ ଓ ମରାଠା ଆନ୍ଦୋଳନ ଭଳି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ ଗଡକରୀଙ୍କ ଏହି ବୟାନ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି ।