ମୋଦିଙ୍କ ରାସ୍ତାରେ କଂଗ୍ରେସ ଯୁବରାଜ ! ବିମାନରେ ଯାତ୍ରା କରିବାକୁ ଲାଇନରେ ଛିଡା ହେଲେ ରାହୁଲ, ଭାଇରାଲ ହେଲା ଫଟୋ

37

ଦେଶରୁ ଭିଭିଆଇପି କଲଚର ଲୋପ କରିବାକୁ ମୋଦି ସରକାର ଆହ୍ୱାନ ଦେଉଥିବା ବେଳେ ରାହୁଳ ଏହାକୁ କାଯ୍ୟରେ ପରିଣତ କରୁଛନ୍ତି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଏକ ନୂଆ ରୂପରେ ଦେଖିବାକୁୁ ମିଳିଛି । ଗୁଜରାଟର ପ୍ରଥମ ପଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ସହ ସେଲଫି ନେବା ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ମିଶି ଚାହା ପିଉଥିବାର ଦେଖିବାକୁ ମିଳିଥଲା । ତେବେ ଦିଲ୍ଲୀ ବିମାନବନ୍ଦରରେ ପୁଣିଥରେ ରାହୁଲଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଛି । ଯେଉଁଠାରେ ଉଡାଜାହାଜ ପର୍ଯ୍ୟନ୍ତ ଯିବାକୁ ଥିବା ବସରେ ବସିବାକୁ ସାଧାରଣ ଲୋକଙ୍କ ଭଳି ଲାଇନରେ ଛିଡା ହୋଇଥିଲେ ରାହୁଲ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

airport-rahul-mos_120917124603ଏଭଳି ଘଟଣା ଦିଲ୍ଲୀ ବିମାନମନ୍ଦରରେ ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀରୁ ଗୁଜରାଟ ଯିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ବୋଡିଙ୍ଗ ପାସ ପାଇବା ପରେ ଉଡାଜାହାଜ ପର୍ଯ୍ୟନ୍ତ ଯାଉଥିବା ବସରେ ବସିବା ପାଇଁ ସାଧାରଣ ଲୋକଙ୍କ ଭଳି ଲାଇନରେ ଛିଡା ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ରାହୁଳଙ୍କୁ ପାଖରେ ପାଇ ସହଯାତ୍ରୀ ମଧ୍ୟ ସେଲଫି ନେବାର ସୁଯୋଗ ଆଦୌ ହାତଛଡା କରିନଥିଲେ । ଫଟୋରେ ରାହୁଲ ଲାଇନରେ ଛିଡା ହୋଇଥିବା ବେଳେ ଫୋନରେ କଥା ହେଉଥିବାର ଦେଖିବାକୁ ମିଳିଛି । ଏହାସହ କାନ୍ଧରେ ଏକ ଛୋଟିଆ କଳା ବ୍ୟାଗ ପକାଇଥିବାର ଫଟୋରେ ନଜରକୁ ଆସିଛନ୍ତି । ତେବେ ସାଧାରଣ ଲୋକଙ୍କ ସହ ଲାଇନରେ ଛିଡା ହୋଇଥିବା ବେଳେ ଏସପିଜି କମାଣ୍ଡୋ ମଧ୍ୟ ତାଙ୍କ ସହ ରହିଥିଲେ ।

Rahul Gandhi in Bharuchରାହୁଳଙ୍କ ଏହି ଅନ୍ଦାଜ ପୂର୍ବରୁ ଅନେକଥର ଦେଖିବାକୁ ମିଳିଛି । ଭରୁଚରେ ଏକ ରୋଡ ସୋ’ କରୁଥିବା ବେଳେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ରୋଡ ସୋ’ ଚାଲୁଥିବା ସମୟରେ ରାହୁଳଙ୍କ ଗାଡି ଉପରକୁ ମତଂଶା ନାମକ ଏକ ଯୁବତୀ ଚଢିଯାଇ ସେଲଫି ନେବାକୁ ନିବେଦନ କରିଥିଲେ । ରାହୁଲ ମଧ୍ୟ ଯୁବତୀଙ୍କ କଥା ରକ୍ଷା କରି ସେଲଫି ନେଇଥିଲେ । ଏହାଛଡା ଗୁଜରାଟରେ ନିର୍ବାଚନୀ ପ୍ରଚାର ସମୟରେ ଆଦିବାସୀଙ୍କ ପାରମ୍ପରିକ ପୋଷାକ ପିନ୍ଧି ରାହୁଲ ନୃତ୍ୟ କରୁଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ରାହୁଲଙ୍କ ଏଭଳି କାଯ୍ୟକଳାପ ଗୁଜରାଟ ଭୋଟରଙ୍କୁ କେତେ ପ୍ରଭାବିତ କରିପାରୁଛି ତାହା ଦେଖିବା ବାକି ରହିଲା ।