କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଥମ ଧାଡିରେ ମିଳିଲା ସ୍ଥାନ ! ଗଣତନ୍ତ୍ର ଦିବସରେ ରାହୁଲଙ୍କୁ ଦିଆଯାଇଥିଲା ପଛ ସିଟ୍ ।

45

ଆଜି ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ତେବେ ଏଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅନ୍ୟ ଏକ ଘଟଣା ଏବେ ଚର୍ଚ୍ଚା ହୋଇଛି । ଗତ ସାଧାରଣତନ୍ତ୍ର ଦିବସ ( ୨୦୧୭ ମସିହା ଜାନୁଆରି ମାସ ୨୬ ତାରିଖ ) ପାଳନ ସମୟରେ ରାଜପଥରେ ଆୟୋଜିତ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନର ପଛଧାଡ଼ିରେ ବସିବାକୁ ସ୍ଥାନ ମିଳିଥିଲା । ତାଙ୍କ ସହିତ ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ ପଛ ଧାଡ଼ିରେ ବସିବାର ସୁାଯୋଗ ମିଳିଥିଲା । ଏହାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ପ୍ରବଳ ବିରୋଧ କରାଯିବା ସହିତ ଭାରତୀୟ ଜନତା ପାର୍ଟି ସରକାର ପରମ୍ପରା ଭଙ୍ଗ କରିଛି ବୋଲି ଅଭିଯୋଗ କରାଯାଇଥିଲା ।

ମାତ୍ର ଆଜି ଅନୁଷ୍ଠିତ ସ୍ୱାଧିନତା ଦିବସ ପାଳନ ଉତ୍ସବରେ ରାହୁଲ ଗାନ୍ଧୀଙ୍କୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସିଟର ପ୍ରଥମ ଧାଡ଼ିରେ ସ୍ଥାନ ମିଳିଛି । ଅବଶ୍ୟ ଏଥର ମଧ୍ୟ ଗୁଲାମନବୀ ଆଜାଦଙ୍କୁ ପୁଣି ପଛ ସିଟରେ ସ୍ଥାନ ମିଳିଛି । ରାହୁଲ ଗାନ୍ଧୀ ଆଜି ଅନ୍ୟ ଭିଆଇପିମାନଙ୍କ ସହିତ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା, ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ରାହୁଲ ଗାନ୍ଧୀ ପ୍ରଥମ ଧାଡ଼ିରେ ବସିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି ।