ରାହୁଲଙ୍କ ମିଶନ୍ ୨୦୧୯ : ଆଜି ଗୁଜରାଟ ଓ ରାଜସ୍ଥାନରେ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ଅଧ୍ୟକ୍ଷ

118

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ରାମକ ମୋଡ଼ରେ ନଜର ଆସୁଛନ୍ତି । ସବୁବେଳେ ଟାର୍ଗେଟରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି । ରାଫେଲ ବିମାନ ସଉଦାରେ ମୋଦି ସରକାରଙ୍କଭ ଘେରିବା ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା କରୁଛନ୍ତି ରାହୁଲ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ରାହୁଲ ଗାନ୍ଧୀ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜନସଭାରେ ସମ୍ବୋଧିତ କରିବେ ମୋଦି । ଉଭୟ ରାଜ୍ୟରେ ବିରାଟ ରାଲି କରି ଆଜି ଶକ୍ତି ପ୍ରଦର୍ଶନ କରିବେ ରାହୁଲ ।

ରାଜସ୍ଥାନର ଆଜମେରରେ ରାହୁଲ ଗାନ୍ଧୀ ସେବା ଦଳର କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ । ସୂଚନାଯୋଗ୍ୟ ନିକଟରେ ରାଜସ୍ଥାନରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟୀ ହୋଇଛି । ଲୋକସଭା ନିର୍ବାଚନରେ ଏହା କଂଗ୍ରେସ ପାଇଁ ବଳ ଯୋଗାଇବ ବୋଲି ଆଶକରାଯାଉଛି । ରାଜସ୍ଥାନ ପ୍ରଦେଶ କଂଗ୍ରେସର  ଅଧ୍ୟକ୍ଷ ସଚିନ୍ ପାଇଲଟ୍ ଦାବି କରିଛନ୍ତି ଲୋକସଭା ନିର୍ବାଚନରେ କଂକ୍ରେସ ରାଜସ୍ଥାନରେ ୨୦ରୁ ଅଧିକ ସିଟ୍ ଜତିବ । ରାଜସ୍ଥାନରେ ଲୋକସଭା ସିଟସଂଖ୍ୟା ୨୫ଟି ।

ରାଜସ୍ଥାନ ପରେ ରାହୁଲ ଗାନ୍ଧୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟ ଗସ୍ତରେ ଯିବେ । ସେଠାରେ ଏକ ଜନସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଧାସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ।