କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡିଶା: ନିର୍ବାଚନ ଯାଏଁ ସବୁ ମାସରେ ଓଡିଶା ଆସିବେ ରାହୁଲ ଗାନ୍ଧି

ପ୍ରଭାରୀ ଜୀତେନ୍ଦ୍ର ସିଂ ଦେଲେ ସୂଚନା, କହିଲେ, ନିଜ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି ନେତା, ଦଳୀୟ ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବନି

409

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଜାତୀୟ ଦଳର ଟାର୍ଗେଟରେ ଏବେ ଓଡିଶା । ମୋଦିଙ୍କ ପରେ ରାହୁଲ ଗାନ୍ଧି ଶୁକ୍ରବାର ଦିନ ଓଡିଶା ଆସୁଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ଆସିବେ କଂଗ୍ରେସ ସଭାପତି । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆଜି ଏହି ସୂଚନା ଦେଇଛନ୍ତି । ଦଳୀୟ ବିଶୃଙ୍ଖଳାକାରୀଙ୍କୁ ସେ ବି କଡା ଚେତାବନୀ ଦେଇଛନ୍ତି । ଜିତେନ୍ଦ୍ର କହିଛନ୍ତି,ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ । ଆଗକୁ ବି ଏହି ପ୍ରକ୍ରିୟା ଜାରି ରହିବ । ନିଜ ସ୍ୱାର୍ଥ ପାଇଁ ନେତା ଦଳ ଛାଡୁଛନ୍ତି । ନବଙ୍କ ସମ୍ପର୍କରେ ଜିତେନ୍ଦ୍ର କହିଛନ୍ତି , ଟିକେଟ ନେବା ତାଲିକାରେ ନବ ଥିଲେ ଅନ୍ୟମାନେ ନୁହେଁ ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତେବେ ଓଡିଶା ଦଖଲ କରିବାକୁ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଲେଣି । ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡିଶା ଆସୁଥିବା ବେଳେ ଶୁକ୍ରବାର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଖାଲି ଶୁକ୍ରବାର ନୁହେଁ ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ରାହୁଲ ଗାନ୍ଧି ଓଡିଶା ଆସିବେ ବୋଲି ସୂଚନା ମିଳିଛି ।

ତେବେ ଆସନ୍ତା ଜାନୁଆରୀ ୨୫ ତାରିଖରେ ରାହୁଲ ଓଡିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ମଧ୍ୟ ଆୟୋଜନ କରିବ ରାଜ୍ୟ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ସମାବେଶ ପାଇଁ କଂଗ୍ରେସକୁ ପଡିଆ ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ତମାଣ୍ଡୋ ଠାରେ ଦଳ ପକ୍ଷରୁ ୨୫ ତାରିଖରେ ବିଶାଳ ସମାବେଶ କରାଯିବ ।

ସେପଟେ, ଆସନ୍ତା ୨୯ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କୁଳିଆଠାରେ ଆୟୋଜିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ସ