ରାହୁଲ ଗାନ୍ଧିଙ୍କ ପିଏମ୍ ମୋଦିଙ୍କୁ ଆଲିଙ୍ଗନ କରିବା ପୋଷ୍ଟର ଲାଗିଲା ମୁମ୍ବାଇ ଛକରେ ! ପୋଷ୍ଟରରେ ଲେଖାହେଲା ଘୃଣାରେ ନୁହଁ ପ୍ରେମରେ ଜିତିବୁ ।

34

ଲୋକସଭାରେ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ବୈଠକରେ ଆଲୋଚନା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଭାଷଣ ପ୍ରଦାନ କରିବା ସମୟରେ ଅଚାନକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଯାଇ ହାତ ମିଳାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ତେବେ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ନେଇ ବିଜେପି ନେତା ଅସନ୍ତୁଷ୍ଟ ଏବଂ ହଙ୍ଗାମା କରୁଥିବା ବେଳେ କଂଗ୍ରେସ ଏହାକୁ ଆଗାମୀ ନିର୍ବାଚନ ପାଇଁ ସୁନେଲୀ ରାସ୍ତା ଭାବିନେଇଛି ।

ଅନାସ୍ଥା ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ, “ମୋତେ ପପ୍ପୁ ଡାକ କିମ୍ବା ଆଉ କୌଣସି ଅପଶବ୍ଦ ବ୍ୟବହାର କର କିନ୍ତୁ ଏହା ମନେ ରଖ ଯେ ମୋ ମନରେ ଆପଣମାନଙ୍କ ପାଇଁ ଘୃଣାଭାବ ନାହିଁ ।” ରାହୁଲ କହିଥିଲେ ଯେ, ‘ମୁଁ ଆପଣଙ୍କ ଘୃଣାକୁ ପ୍ରେମରେ ବଦଳାଇଦେବି,ମୁଁ କଂଗ୍ରେସ ।’

ରାହୁଲ କହିଥିଲେ ଯେ, “ବିଜେପି ଏବଂ ଆରଏସଏସ୍ ମୋତେ ଭାରତୀୟ ଏବଂ ହିନ୍ଦୁ ହେବାର ଅର୍ଥ ବୁଝାଇଛନ୍ତି । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଉପରେ କେହି ଆକ୍ରମଣ କରୁଛି ତ ଆପଣ ତାଙ୍କୁ ଭଲ ପାଆନ୍ତୁ । ରାହୁଲଙ୍କ କଥା ଶେଷ ହେବା ପରେ ସେ ମୋଦିଙ୍କ ସିଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ଯାହା ମୋଦିଙ୍କୁ ମଧ୍ୟ ଆଚମ୍ବିତ କରିଥିଲା । ପ୍ରତିତ୍ତ୍ୱରରେ ମୋଦି ମଧ୍ୟ ରାହୁଲଙ୍କୁ ଆଲିଙ୍ଗନ କରିବା ସହ ତାଭ୍କ ପିଠି ଥାପୁଡାଇଥିଲେ ।

ତେବେ ରାହୁଲଙ୍କ ଏଭଳି କାର୍ଯ୍ୟକୁ କେତେ ପିଲାଳିଆମି କହୁଥିବା ବେଳେ ଆଉ କେତେ ଏହାକୁ ସଂସଦ ନିୟମ ଉଲ୍ଲଘଂନ କରିଥିବା କଥା କୁହନ୍ତି ।