ସୂଚନା ଅଧିକାର ଆଇନରେ ସରକାର କରିବାକୁ ଯାଉଥିବା ସଂଶୋଧନକୁ ଲୋକେ ବିରୋଧ କରନ୍ତୁ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

22

କନକ ବ୍ୟୁରୋ : ସୂଚନା ଅଧିକାର ଆଇନରେ ବିଜେପି ସରକାର କରିବାକୁ ଯାଉଥିବା ସଂଶୋଧନକୁ ଲୋକେ ବିରୋଧ କରନ୍ତୁ । ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସଂଶୋଧନ ଦ୍ୱାରା ଏହାର କୌଣସି ମୁଲ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି । ସତ ଜାଣିବା ପାଇଁ ସମସ୍ତ ଭାରତୀୟଙ୍କ ଅଧିକାର ରହିଛି । ତେବେ ଲୋକମାନଙ୍କଠାରୁ ସତ ଲୁଚାଇ ରଖିବାରେ ବିଜେପି ବିଶ୍ୱାସ କରେ ବୋଲି ରାହୁଲ ଟୁଇଟ କରି କହିଛନ୍ତି । ଗତକାଲି ଆରଟିଆଇ ଆକ୍ଟ ୨୦୦୫ରେ କେତେକ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର କହିଥିଲେ । ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରଙ୍କ ଦରମା ଓ ସେବା ସଂକ୍ରାନ୍ତରେ ସଂଶୋଧନ ଆଣିବା ପାଇଁ କହିଥିଲେ ସରକାର ।

source : The Financial Express

ସୂଚନା ଅଧିକାର ଆଇନ୍‌ରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିବା ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଗୁରୁବାର ଦିନ କହିଛନ୍ତି କି, ସର୍ବସାଧାରଣଙ୍କ ଠାରୁ କେନ୍ଦ୍ର ସରକାର ସତ୍ୟ ଲୁଚାଉଛନ୍ତି । ସବୁ ଭାରତୀୟଙ୍କର ଜାଣିବା ଅଧିକାର ରହିଛି । ବିଜେପିର ବିଶ୍ୱାସ ଲୋକମାନଙ୍କ ଠାରୁ ସତ୍ୟ ଲୁଚାଇ ରଖିବା ଉଚିତ । ସେମାନେ କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ ପଚାରି ପାରିବେ ନାହିଁ । ପ୍ରସ୍ତାବିତ ପରିବର୍ତ୍ତନ ଆର୍‌ଟିଆଇକୁ ଏକ ଅଦରକାରୀ ଆଇନ୍‌ରେ ପରିଣିତ କରିଦେବ। ସେମାନଙ୍କୁ ସବୁ ଭାରତୀୟ ବିରୋଧ କରିବା ଉଚିତ ବୋଲି ରାହୁଳ ଟୁଇଟ୍‌ କରିଛନ୍ତି ।