ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ଉପାଧ୍ୟକ୍ଷ ! କହିଲେ, ସଂସଦରେ ଜବାବ ରଖନ୍ତୁ ପ୍ରଧାନମନ୍ତ୍ରୀ

22

କନକ ବ୍ୟୁରୋ : ବିମୁଦ୍ରାକରଣକୁ ନେଇ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ମୋଦି ସମସ୍ତଙ୍କୁ ଅନ୍ଧାରରେ ରଖି ବଡ ନୋଟ ଅଚଳ ନେଇ ନିଷ୍ପତି ନେଇଛନ୍ତି । ଯଦି ଲୋକଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି ତେବେ ସେ ସଂସଦରେ ଜବାବ ରଖନ୍ତୁ ବୋଲି ଦାବି ଉପସ୍ଥାପନ କରିଛନ୍ତି ରାହୁଲ ।