ରାହୁଲଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି ! କହିଲେ ମୁହଁ ଖୋଲିଲେ ଆସିଯିବ ଭୂକମ୍ପ

16

କନକ ବ୍ୟୁରୋ : ମାସେ ପୂରିଗଲା, ହେଲେ ଅଚଳ ନୋଟ ନେଇ ଲୋକଙ୍କ ସମସ୍ୟା ସୁଧୁରୁନି। ଏପଟେ ବିରୋଧୀଙ୍କ ସିଧା ଟାର୍ଗେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ । ସଂସଦର ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ।

ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଲୋକସଭାକୁ ଆସିବାକୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କୁ ଅସୁବିଧା ଭିତରକୁ ଠେଲି ଦେଇଥିବାରୁ ପ୍ରଧାନମନ୍ତ୍ରୀ ସଂସଦକୁ ଆସିବାକୁ ଭୟ କରୁଛନ୍ତି । ନୋଟ ଅଚଳ ନିଷ୍ପତି ଦେଶର ଇତିହାସରେ ସବୁଠୁ ବଡ ଘୋଟାଲା ବୋଲି କହିଛନ୍ତି ରାହୁଲ ।