ଆସନ୍ତା ୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ! ବାଲେଶ୍ୱର ସାଧାରଣ ସଭାରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ

289

କନକ ବ୍ୟୁରୋ : ଦେଶରେ ଚାଲିଛି ନିର୍ବାଚନ । ନିର୍ବାଚନ ପାଇଁ ଚାରିଆଡ଼େ ମାହୋଲ ଗରମ । ଲୋକଙ୍କ ମନ ଜିଣିବା ପାଇଁ ଆଂଚଳିକ ଦଳର ନେତାଙ୍କ ଠାରୁ ଆରମ୍ଭ କରି ଜାତୀୟ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ସରକାର ଗଠନ କରିବା ପାଇଁ ବର୍ତ୍ତମାନ ସମୟରେ ରୀତିମତ ନିର୍ବାଚନୀ ଯୁଦ୍ଧ ଚାଲିଛି । ସରକାର ଗଢ଼ିବା ପାଇଁ ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ଆସନ୍ତା ୨୬ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ନିର୍ବାଚନୀ ଯୁଦ୍ଧ ସମୟରେ ନିୟମିତ ଓଡ଼ିଶା ଆସୁଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡ଼ିଶା । ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ମନ ଜିଣିବା ପାଇଁ ସେ ଆପ୍ରାଣ ଉଦ୍ୟମ କରୁଛନ୍ତି । ବାଲେଶ୍ୱରର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି ।