‘ହାଲ’କୁ ନେଇ ରାହୁଲ-ସୀତାରମଣଙ୍କ ଟ୍ୱିଟ୍ ଯୁଦ୍ଧ । କଂଗ୍ରେସ ଅଧ୍ୟକ୍ଷ ଦେଲେ ଡିଲର ପ୍ରମାଣ, ସୀତାରମଣ ଦେଲେ ତଥ୍ୟ

127

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଟ୍ୱିଟର ମୁହାଁ ମୁହିଁ । ସଂସଦରେ ରାଫେଲ ପ୍ରସଙ୍ଗରେ ରାହୁଲ ଓ ସୀତାରମଣ ହୋଇଥିଲେ, ଏବେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଟିଟେଡକୁ ନେଇ ଦୁହିଁଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଦେଖିବାକୁ ମିଳିଛି । ଯାହାକୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି ।

ଗତ ଶୁକ୍ରବାର ସଂସଦରେ ହାଲକୁ ନେଇ ସୀତାରମଣ ଦେଇଥିବା ମନ୍ତବ୍ୟକୁ ନେଇ ରାହୁଲ ଟ୍ୱିଟ୍ କରି କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଟ୍ୱିଟରରେ ଲେଖିଛନ୍ତି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ମିଛ କହିଛନ୍ତି । ହାଲ ସଂପର୍କିତ ବିବୃତିକୁ ପ୍ରମାଣିତ କରିବା ପାଇଁ ଆଜି ଲୋକସଭାରେ ଦସ୍ତାବିଜ ଉପସ୍ଥାପିତ କରିବାକୁ ରାହୁଲ କହିଛନ୍ତି । ଯଦି ନ କରପାରନ୍ତି ତେବେ ପ୍ରତିରକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ । ସରକାର ଗୋଟିଏ ମିଛି କହିବା ପରେ ସେହି ମିଛକୁ ଘୋଡେଇବା ପାଇଁ ବାରମ୍ବାର ମିଛର ଆଶ୍ରୟ ନେଉଛନ୍ତି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି ।

ଏହାର ଜବାବ ଦେଇ ସୀତାରମଣ ଲେଖିଛନ୍ତି ହାଲ ବାବଦରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ରାହୁଲ ଭଲ ଭାବେ ପଢିବା ଉଚିତ । ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରିପୋର୍ଟର କିଛି ଅଂଶକୁ ଟ୍ୱିଟ୍ କରି ଲେଖିଛନ୍ତି ରାହୁଲ ଗାନ୍ଧି ଦେଶକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏଥିସହ ମୋଦି ସରକାରଙ୍କ ଶାସନକ କାଳରେ ହାଲକୁ ଦିଆଯାଇଥିବା ଅର୍ଡର ସଂପର୍କରେ ସୀତାରମଣ ସୂଚନା ଦେଇଛନ୍ତି ।